ଗଞ୍ଜାମରେ ଗଜରାଜଙ୍କ ଉପଦ୍ରବ,ଘର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଅନେକ ଫସଲ

ଗଞ୍ଜାମ : ସୋରଡା ବ୍ଲକ ଗାଜଲବାଡି ଗାଁ ପଣ୍ଡାଖୋଳ ଜଙ୍ଗଲରେ ବୁଲୁଛନ୍ତି ୨୯ଟି ହାତୀ । ଜଙ୍ଗଲରେ କିଛି ଯୁବକ ନିଆଁ ଲଗାଇଦେଇଥିବାରୁ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି। ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ଫଳରେ ଗାଁଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀମାନେ କାଜୁ ବଗିଚାରେ ପଶି ଶହ ଶହ ଗଛ ଭାଙ୍ଗି ଦେଇଛନ୍ତି। ଫଳରେ କାଜୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଗତକାଲି ରାତିରେ ହାତୀପଲ ଗାଁର ପ୍ରମିଳା ମଲ୍ଲିକଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ସେପଟେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସୋରଡା ରେଞ୍ଜର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.