Below header

ମୟୂରଭଂଜରେ ୨୦୧୪ ସଫଳତା ଦୋହରାଇବାକୁ ନବୀନଙ୍କ ମାରାଥନ ପ୍ରଚାର

ବାରିପଦାରେ ମେଡିକାଲ କଲେଜକୁ ବିରୋଧ କରିଥିଲେ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ । ନାଁ ନ ନେଇ ମୟୂରଭଞ୍ଜ ନିର୍ବାଚନ ସଭାରୁ ସଂପୃକ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ ରାଜ୍ୟ ଦେଇଛି ୮୦ ପ୍ରତିଶତ ଅର୍ଥ। କେନ୍ଦ୍ର ଦେଇଛି ମାତ୍ର ୨୦ ପ୍ରତିଶତ। ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ମେଡିକାଲ କଲେଜକୁ ବିରୋଧ କରୁଥିଲେ। ମୟୂରଭଞ୍ଜବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଏମପାଓ୍ଵାର୍ଡ କମିଟିରୁ ଅନୁମତି ନେଇ ମେଡିକାଲ୍‌ କଲେଜ କରିଛନ୍ତି। ନବୀନ ପ୍ରଶ୍ନ କରିଛନ୍ତି, ଏ କି ପ୍ରକାର ରାଜନୀତି? ଲୋକଙ୍କ ଉପକାରଠାରୁ ନିଜ ସ୍ୱାର୍ଥ କଣ ବଡ଼? ମୟୂରଭଞ୍ଜ ପ୍ରତି କେନ୍ଦ୍ର ବିଜେପି ସରକାରଙ୍କ ଦରଦ ଏମିତି ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ନିର୍ବାଚନ ସଭାରେ ବିଜେପି ଓ କେନ୍ଦ୍ର ଉପରେ ବର୍ଷିଥିଲେ ନବୀନ। ସେହିପରି ନବୀନ କହିଥିଲେ, ଜିଲ୍ଲାକୁ ରେଳ ସମ୍ପ୍ରସାରଣ ଶୂନ। ମୟୂରଭଞ୍ଜର ସ୍ୱାଭିମାନୀ ଜନତା ଏହାର ଜବାବ ଦେବେ। ଏହା ବ୍ୟତୀତ ନବୀନ କହଥିଲେ, କେନ୍ଦ୍ରରେ ଏଥର କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ। କେନ୍ଦ୍ରରେ ସରକାର ଗଠନରେ ବିଜେଡିର ବଡ଼ ଭୂମିକା ରହିବ।

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମାରାଥନ୍‌ ପ୍ରଚାର କରିଥିଲେ ବିଜେଡି ସଭାପତି। ରାଇରଙ୍ଗପୁର ସହରରେ ରୋଡ୍‌ ସୋରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ବି ମାଗିଥିଲେ। ତାପୂର୍ବରୁ ହରିବଳଦେବ ଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ନବୀନ ପଟ୍ଟନାୟକ। ଗତ ୨୦୧୪ରେ ମୟୂରଭଞ୍ଜ ଲୋକସଭା ସମେତ ୭ଟିଯାକ ବିଧାନସଭା ଆସନ କବଜା କରିଥିଲା ବିଜେଡି। ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଏଥର ୨୦୧୪ ସଫଳତା ଦୋହରାଇବାକୁ ଦମ୍‌ ଲଗାଇ ଦେଇଛି ବିଜେଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.