କେନ୍ଦ୍ରାପଡ଼ା ଆସନ ଲାଗି ବିଜେଡିର ଜୋରଦାର ପ୍ରଚାର, ସହରରୁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଓ ଏହା ଅଧିନରେ ଥିବା ୭ ବିଧାନସଭା, ଚତୁର୍ଥ ପର୍ଯ୍ୟାୟର ହାଇପ୍ରୋଫାଇଲ ଆସନ। ସବୁ ଦଳ ଚଳାଇଛନ୍ତି ପ୍ରଚାର। ଲୋକସଭା ଆସନଟି ବିଜେଡି ପାଇଁ ସ୍ୱାଭିମାନର ପ୍ରଶ୍ନ ହୋଇଛି। ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି, ନିର୍ବାଚନୀ କ୍ଷେତ୍ରର ଗାଁଠୁ ସହର ସବୁ ସ୍ଥାନରେ ପହଞ୍ଚୁଛନ୍ତି। ସବୁ ବର୍ଗର ବ୍ୟକ୍ତିଙ୍କୁ ଭେଟୁଛନ୍ତି। ଏ ଆସନରେ ସଂଖ୍ୟାଲଘୁଙ୍କ ଭୋଟ ଗୁରୁତ୍ୱପୂର୍ଣ୍ଣ। ଏଥିଲାଗି ସେମାନଙ୍କ ସମର୍ଥନ ଲୋଡିଛନ୍ତି ଅନୁଭବ।

ସହର ସହ ଗାଁ ଗହଳିରେ ପହଞ୍ଚୁଛନ୍ତି । ସେଠାରେ ନେତା ଅନୁଭବଙ୍କ କ୍ରେଜ୍‌ କାହିଁରେ କଣ। ଫୋଟ ଓ ସେଲଫି ଉଠାଇବାକୁ ଲାଗି ଯାଉଛି ଭିଡ଼। ଭିଡ଼ ମଝିରେ ଅନୁଭବ ବୁଝାଉଛନ୍ତି ନବୀନ ସରକାରଙ୍କ ବିକାଶର କଥା ।

କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ପ୍ରମୁଖ ଆସନଗୁଡି ମଧ୍ୟରେ ମହାଙ୍ଗାରୁ ଲଢୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା। କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ଶଶିଭୂଷଣ ବେହେରା ଓ ମହାକାଳପଡ଼ାରୁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଆଳିରୁ ବିଜେଡି ପ୍ରାର୍ଥୀ ଅଛନ୍ତି ପ୍ରତାପ କେଶରୀ ଦେବ। ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ପ୍ରଚାରରେ ଲାଗିଛନ୍ତି ଅନୁଭବ ମହାନ୍ତି ।

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଓ ଏହା ଅଧିନରେ ଥିବା ୬ ବିଧାନସଭା ପାଇଁ ଆସନ୍ତା ୨୯ରେ ରହିଛି ଭୋଟିଂ। ପ୍ରଚାର ସରିବାକୁ ଆଉ ଦୁଇ ଦିନ ବାକି। ତେଣୁ ସବୁ ଦଳ ବଳ ଖଟାଉଛନ୍ତି । କଂଗ୍ରେସ ଓ ବିଜେପିର ମଧ୍ୟ ପ୍ରଚାର ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.