ପାରାଦୀପ(କେନ୍ୟୁଜ୍) : ପାରାଦୀପ ପୌରପରିଷଦ ପକ୍ଷରୁ ବାର୍ଷିକ ବଜେଟ ଉପସ୍ଥାପନା କରାଯାଇଛି । ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ମୌଳିକ ସମସ୍ୟାକୁ ବିଶେଷ ଭାବେ ଏଥିରେ ଗୁରୁତ୍ୱ ଦିଆଯାଇଛି । ବସ୍ତି ଗୁଡିକୁ ପାନୀୟଜଳ ଯୋଗାଣ, ବିଦ୍ୟୁତ ସେବା ଓ ବନ୍ୟା ସମୟରେ ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସହରରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହାର ପ୍ରତିକାର ପାଇଁ ବ୍ୟାପକ ବୃକ୍ଷରୋପଣ କରାଯାଉଛି । ଏହା ମଧ୍ୟ ବଜେଟରେ ସ୍ଥାନ ପାଇଛି । ସେହିପରି ପାରାଦୀପକୁ ସ୍ୱଚ୍ଛ ଓ ବାହ୍ୟ ଶୌଚ ମୁକ୍ତ କରିବା ପାଇଁ ବିଭିନ୍ନ ଓ୍ଵାର୍ଡରେ ଆଉ ୨୦ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯିବ । ବଜେଟ ଅଧିବେଶନରେ ବିଧାୟକ ସମ୍ବିତ ରାଉତରାୟ, ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଲିପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।