ସରୁନି କର୍ଣ୍ଣାଟକ ନାଟକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠୁ ବିଜେପିର ଆନ୍ଦୋଳନ

କର୍ଣ୍ଣାଟକ: ସରୁନି କର୍ଣ୍ଣାଟକ ନାଟକ । କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍‌.ୟେଦୁରପ୍ପା ରାଜ୍ୟରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ଥିବା ଦାବି କରିଛନ୍ତି । ସରକାର ଗଠନ ପାଇଁ ପର୍ଯ୍ୟାପ୍ତ ବିଧାୟକଙ୍କ ସମର୍ଥନ ରହିଥିବା କହିଛନ୍ତି ୟେଦୁରପ୍ପା । ଏହା ସହ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜିଠୁ ବିଜେପି ଆନ୍ଦୋଳନ କରିବ । ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦେବା ସହ ସାରା ରାଜ୍ୟରେ ଧାରଣା ଓ ବିକ୍ଷୋଭ କରାଯିବ ।

bjpକର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ମଧ୍ୟରେ ୮ ବିଧାୟକଙ୍କ ଇସ୍ତଫା ଅସାମ୍ବିଧାନିକ ବୋଲି କହିଛନ୍ତି ବାଚସ୍ପତି କେ. ରମେଶ କୁମାର । ୧୩ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣଙ୍କ ଇସ୍ତଫା ଅସାମ୍ବିଧାନିକ ବୋଲି ସେ ରାଜ୍ୟପାଳ ବଜ୍ଜୁଭାଇ ବାଲାଙ୍କୁ ପତ୍ର ଲେଖି ଜଣାଇଛନ୍ତି । ଇସ୍ତଫା ପ୍ରଦାନ କରିଥିବା ୧୩ ଅସନ୍ତୁଷ୍ଟ ବିଧାୟକକୁ ନେଇ ମଧ୍ୟ ବାଚସ୍ପତି ଆଭିମୁଖ୍ୟ କଠୋର କରିଛନ୍ତି । ଇସ୍ତଫା ବର୍ତ୍ତମାନ ସୁଦ୍ଧା ଗ୍ରହଣ କରିନାହାନ୍ତି ବାଚସ୍ପତି । ଗତ ୫ ଦିନ ଧରି ରାଜ୍ୟରେ ରାଜନୈତିକ ସଙ୍କଟ ଘନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.