ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ଚିଠି

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରୁ ଦୁବାଇ ଓ ମଧ୍ୟପ୍ରାଚ୍ୟର ଅନେକ ଦେଶକୁ ସିଧାସଳଖ ବିମାନ ଚଳାଚଳ ନଥିବାରୁ ରାଜ୍ୟର ଯାତ୍ରୀମାନେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର ପ୍ରତି ଅନେକ ଅନ୍ତର୍ଜାତୀୟ ବିମାନବନ୍ଦର ଆକୃଷ୍ଟ ହେବା ସହ ଯାତ୍ରୀ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। ଏୟାର ଇଣ୍ଡିଆର ବିମାନ ଭୁବନେଶ୍ୱରରୁ ଦୁବାଇ ଭାୟା ଦିଲ୍ଲୀ ଚଳାଚଳ କରୁଥିଲେ ମଧ୍ୟ ଏହା ଯାତ୍ରୀଙ୍କ ପାଇଁ ମହଙ୍ଗା ହୋଇଛି। ସିଧାସଳଖ ବିମାନ ଚଳାଚଳ ଦ୍ୱାରା ପର୍ଯ୍ୟଟନ ଓ ଶିଳ୍ପ କ୍ଷେତ୍ରର ବିକାଶ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ପତ୍ର ଲେଖିଛନ୍ତି ନବୀନ।

Leave A Reply

Your email address will not be published.