ସମୁଦ୍ର ମଧ୍ୟରେ ହଜି ଯାଇଥିବା ୫ଟି ରହସ୍ୟମୟ ସହର ଯାହାର ଆବିଷ୍କାର ଆଶ୍ଚର୍ଯ୍ୟ କରି ଦେଇଛି ସାରା ବିଶ୍ଵକୁ

ଶହ ଶହ ବର୍ଷ ପୂର୍ବର ଦୁନିଆ କିଛି ଅଲଗା ଥିଲା । ସେତେବେଳେ ଏପରି କିଛି ସହର ଥିଲା ଯାହାକି ଆଜି କେବଳ ଇତିହାସର ପୃଷ୍ଠା ହୋଇ ରହିଯାଇଛି । ଏହି ସହର ଗୁଡିକ ବିଶାଳ ସମୁଦ୍ର ମଧ୍ୟରେ ଵିଲୀନ ହୋଇଯାଇଛି । ଆସନ୍ତୁ ଜାଣିବା ଏପରି କିଛି ସହର ବିଷୟରେ । କାହିଁ କେଉଁ କାଳରୁ ସମୁଦ୍ରର ବିଶାଳ ଗର୍ଭରେ ଲୀନ ହୋଇଯିବା ସହ ବର୍ତ୍ତମାନ ମଧ୍ୟ ରହସ୍ୟମୟ ହୋଇ ରହିଛି ।

 ସିକନ୍ଦରଙ୍କ ସହର

alexjandriya cityସିକନ୍ଦରଙ୍କ ସହର ଆଲେକଜାଣ୍ଡ୍ରିୟା । ଯାହାକି ୧୫୦୦ ବର୍ଷ ପୂର୍ବେ ଏକ ଭୟାନକ ଭୂମିକମ୍ପ ଯୋଗୁଁ ସମୁଦ୍ର ଜଳରେ ଲୀନ ହୋଇଯାଇଥିଲା । ଏହାର ଅବଶେଷ ଆଜି ମଧ୍ୟ ରହିଛି । ଯାହା ଆଜି ବି ସେହି ସହରର ଐତିହ୍ୟ ବଖାଣିଥାଏ ।

ଭାରତ ଉପକୂଳର ଖମ୍ବାତ ସହର

khambhat cityଏହାକୁ ଖମ୍ବାତର ହଜିଯାଇଥିବା ସହର ବୋଲି କୁହାଯାଏ ଯାହା ୧୭ ବର୍ଷ ପୂର୍ବେ ଭାରତ ଉପକୂଳରୁ ମିଳିଥିଲା । କୁହାଯାଏ କି ଏହି ସହର ପ୍ରାୟ ୯୫୦୦ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ହଜି ଯାଇଥିଲା । ୨୦୦୨ ମସିହାରେ ଏହାକୁ ବିଶେଷଜ୍ଞମାମାନେ ଆବିଷ୍କାର କରିଥିଲେ । କରାଯାଇଥିଲା ଯଦିଓ ଏହି ସହର କିପରି ଜଳମଗ୍ନ ହୋଇଥିଲା ତାହା ଏବେବି ରହସ୍ଯମୟ ହୋଇ ରହିଛି ।

ସମୁଦ୍ର ଭିତରେ ପିରାମିଡ୍‌

ମିଶରରେ ତ ଆପଣ ବହୁତ ପିରାମିଡ଼ ଥିବା କଥା ଜାଣିଥିବେ କିନ୍ତୁ କେବେ ସମୁଦ୍ର ମଧ୍ୟରେ ପିରାମିଡ଼ ଦେଖିଛନ୍ତି କି ? କିଛି ବର୍ଷ ପୂର୍ବେ ଜାପାନର ଜଣେ ଟୁରିଷ୍ଟ ଗାଇଡ୍‌ ସମୁଦ୍ର ମଧ୍ୟରେ କିଛି ପିରାମିଡ୍‌କୁ ଖୋଜି ବାହାର କରିଥିଲେ । ଏହାକୁ ଜୋନଗୁଣୀ ସହର କୁହାଯାଏ ।

ପ୍ରାଚୀନ ସହର ହେରାସ୍ଲୋଇନ

heroslane cityଏହା ହେଉଛି ମିଶରର ପ୍ରାଚୀନ ସହର ହେରାସ୍ଲୋଇନ । ଯାହା ପାଖାପାଖି ୧୨୦୦ ବର୍ଷ ପୂର୍ବେ ସମୁଦ୍ର ମଧ୍ୟରେ ଲୀନ ହୋଇ ଯାଇଥିଲା । କିଛି ବର୍ଷ ପୂର୍ବେ ଏହାକୁ ଆଵିଷ୍କାର କରାଯାଇଥିଲା । ଐତିହାସିକ ହେରୋଡଟସଙ୍କ ମତରେ ଏହି ସହରରେ ଧନ ସମ୍ପତ୍ତି ଭରି ରହିଛି । ଅନେକ ବୁଡାଳି ଏଠାରୁ ଗୁପ୍ତଧନ ମଧ୍ୟ ପାଇଛନ୍ତି ।

ଚୀନ୍‌ର ଲାୟନ୍‌ ସିଟି

lion city china

୧୩୦୦ ବର୍ଷ ତଳେ ଚୀନ୍‌ର ଝେଜିଆଙ୍ଗରେ ସି ଚେଙ୍ଗ ନାମକ ଏକ ସହର ଥିଲା । ହେଲେ ୧୯୫୯ ମସିହାରେ ଏହି ସହର ଗଭୀର ହ୍ରଦ ମଧ୍ୟରେ ଡୁବି ଯାଇଥିଲା । ଏହି ସହରକୁ ଲାୟନ ସିଟି ଭାବରେ ମଧ୍ୟ ସମସ୍ତେ ଜାଣନ୍ତି । ଆଶ୍ଚର୍ଯ୍ୟର କଥା ହେଛି ଯେ ଏହି ସହର ଆଜି ମଧ୍ୟ ପାଣି ଭିତରେ ଅକ୍ଷୁଣ୍ଣ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.