ରେଳଯାତ୍ରୀ ମାନଙ୍କୁ ଏକ ଅସୁବିଧାର ସାମ୍ନା କରିବାକୁ ପଡିବ। ୧୫ରୁ ୨୨ଜୁଲାଇ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରେଳଷ୍ଟେସନରୁ ଚାଲିବାକୁ ଥିବା ୮୦ଟି ଟ୍ରେନ ବନ୍ଦ କରିଦିଆଯାଇଛି। କେବଳ ସେତିକି ନୁହେଁ ୫୭ଟି ଟ୍ରେନର ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆଦିଲ୍ଲୀରୁ ତିଳକ ବ୍ରିଜ ରେଳଷ୍ଟେସନ ମଧ୍ୟରେ ୫ ଏବଂ ୬ ନମ୍ବର ରେଳପଥ ବନାଇବା ପାଇଁ ଇଣ୍ଟରଲିଙ୍କ କାମ ଆରମ୍ଭ କରିଦିଆଯାଇଛି ଯେଉଁ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଛି। ଯାତ୍ରୀମାନଙ୍କୁ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡିବ କାରଣ ଏହି ସମୟରେ ଅଧିକରୁ ଅଧିକ ଟ୍ରେନ ଗୁଡିକ ବାତିଲ କରିଦିଆଯିବ।
ଅଧିକାରୀମାନଙ୍କ କହିବା ଅନୁଯାୟୀ ଦୁଇଟି ନୂଆ ରେଳ ଧାରଣା ଆରମ୍ଭ କରିବା ପରେ ଏହା ଟ୍ରେନଗୁଡିକୁ ନୂଆଦିଲ୍ଲୀରେ ଠିକ ସମୟରେ ପହଁଚିବା ପାଇଁ ସାହାଯ୍ୟ କରିବ। ସୂଚନା ଅନୁଯାୟୀ ବର୍ତ୍ତମାନ ନୂଆଦିଲ୍ଲୀରୁ ତିଳକ ବ୍ରିଜ ମଧ୍ୟରେ ମାତ୍ର ୪ଟି ଧାରଣା ରହିଛି ଯାହାକି ଟ୍ରେନ ସଂଖ୍ୟା ହିସାବରେ ବହୁତ କମ ଅଟେ। ପର୍ଯ୍ୟାପ୍ତ ରେଳପଥ ନଥିବା କାରଣରୁ ନୂଆଦିଲ୍ଲୀରୁ ଆସୁଥିବା ଏବଂ ଏଠାରୁ ଯାଉଥିବା ଟ୍ରେନ ଗୁଡିକ ମଧ୍ୟରେ ଠିକ ସମୟରେ ପହଁଚିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ନୂଆ ରେଳପଥ ତିଆରି ହେବା ପରେ ଏହିସବୁ ଅସୁବିଧାର ସମାଧାନ ହୋଇଯିବ ବୋଲି ଜଣେ ରେଳ ଅଧିକାରୀ ସୂଚନା ଦେଇଛନ୍ତି।
୧୯୭୮ ମସିହାରେ ତିଆରି ହୋଇଥିଲା ତିଳକ ବ୍ରିଜ। ସେହି ସମୟରେ ପାଖପାଖି ୮୦ଟି ଟ୍ରେନ ଚଳାଚଳ କରୁଥିଲା କିନ୍ତୁ ବର୍ତ୍ତମାନ ଟ୍ରେନ ସଂଖ୍ୟା ବଢିଯାଇଛି ଓ ଏବେ ଦୈନିକ ପାଖାପାଖି ୩୫୦ଟି ଟ୍ରେନ ଚଳାଚଳ କରୁଛି। ୨.୬ କିଲୋମିଟର ଲମ୍ବା ଦୁଇଟି ନୂଆ ରେଳପଥ ପାଇଁ ପାଖାପାଖି ୧୪୦ କୋଟି ଟଙ୍କା ଖର୍ଚ୍ଚ ହେବବୋଲି ସୂଚନା ମିଳିଛି।