ର୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ । ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି । କଲେଜରେ ଥିବା ଆଣ୍ଟିର୍ୟାଗିଂ ସ୍କ୍ଵାଡ୍ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ର୍ୟାଗିଂ ରୋକିବା ପାଇଁ ସଚେତନ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀକାନ୍ତ ପୃଷ୍ଟି ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ଜୁନିଅର୍ ଛାତ୍ରଛାତ୍ରୀଙ୍କୁ ସିନିଅରମାନେ ର୍ୟାଗିଂ କରୁଥିବା ଅଭିଯୋଗ ହେଉଛି । ଏଭଳି ଘଟଣା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର ।
Prev Post