ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲା : ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ

କଳାହାଣ୍ଡି : ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲାରେ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ । ତାଙ୍କ ନାଁ ଏ. ଜନସେଲ୍ କାଜା । ତାଙ୍କୁ ତାମିଲନାଡୁର ନାଗରକୋଏଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସେଠାକାର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ଏ. ଜନସେଲଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି କ୍ରାଇମବ୍ରାଞ୍ଚ । ଏ.ଜନସେଲଙ୍କୁ ଜୁନାଗଡ଼ ଜେଏମଏଫସି କୋର୍ଟରେ ହାଜର କରାଯିବ । କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜକୁ ଚଲାଉଥିଲା ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟ । ଏହାର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି ଏ. ଜନସେଲ୍ । ୨୦୦୪ରେ କଳାହାଣ୍ଡି ଜାରିଂରେ ମେଡିକାଲ କଲେଜ ନେଇ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଗଦ ମଧ୍ୟରେ ଏମଓୟୁ ହୋଇଥିଲା । ତେବେ ପରେ ମେଡିକାଲ କଲେଜ ନିର୍ମାଣରେ ଏମ୍ସିଆଇ ନିୟମର ଉଲ୍ଲଂଘନ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.