ପୋଲିସର ଦବଙ୍ଗଗିରି, ୮୦ ବର୍ଷର ବୃଦ୍ଧଙ୍କୁ ଟାଣି ଘୋଷାଡି ମାଡ ମାରିବା ସହିତ ମହିଳାଙ୍କୁ କଲେ ଦୁର୍ବ୍ୟବହାର

ଜଗତସିଂହପୁର (କେନ୍ଯୁଜ୍) : ପୋଲିସର ଗୁଣ୍ଡାଗର୍ଦ୍ଦି। ଏକ ପୁରୁଣା ମାମଲାର ତଦନ୍ତ କରିବାକୁ ଯାଇ ବରିଷ୍ଠ ନାଗରିକଙ୍କୁ ମେରାଇନ ଥାନା ସବଇନିସପେକ୍ଟରଙ୍କ ମାଡ଼ ସହ ମହିଳାଙ୍କୁ ଦୁର୍ବ୍ୟବହାର। ମେରାଇନ ଥାନା ଅଧିନରେ ଥିବା ନହରଣା ଗାଁର ସାଧୁଚରଣ ଜେନାଙ୍କ ପୁଅଙ୍କ ନାଁରେ ଥିବା ମାମଲାର ତଦନ୍ତ କରିବାକୁ ଯାଇଥିଲେ ସବଇନିସପେକ୍ଟର ରବୀନ୍ଦ୍ର କୁମାର ସେନାପତି। ତେବେ ସାଧୁଚରଣଙ୍କ ପତ୍ନୀ ଓ ବୋହୁକୁ ଦୁର୍ବ୍ୟବହାର କରିବା ସହ ୮୦ ବର୍ଷ ବୟସର ସାଧୁଚରଣଙ୍କୁ ଟଣାଓଟରା କରିଥିଲେ। ସାଧୁଚରଣଙ୍କୁ ଟାଣି ଘୋଷାଡିବା ଦ୍ୱାରା ତାଙ୍କ ହାତର ଆଙ୍ଗୁଳି ଭାଙ୍ଗି ଯାଇଛି। ଏନେଇ ସାଧୁଚରଣ ଆଡିସିନାଲ ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଆଡିସିନାଲ ଏସପି ବିଶ୍ୱନାଥ ମିଶ୍ର ଏହାର ତଦନ୍ତ ଭାର ଏସଡିପିଓଙ୍କୁ ନ୍ୟସ୍ତ କରିଛନ୍ତି।

Leave A Reply

Your email address will not be published.