ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ

ପୁରୀ(କେନ୍ୟୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ। ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଥିବା ତିନିରଥକୁ ପର୍ଯ୍ୟାୟକ୍ରମେ ଆସନ୍ତା ୧୫ଦିନ ମଧ୍ୟରେ ଭଙ୍ଗାଯିବ। ନିୟମ ଅନୁସାରେ ୧୦ଜଣ ଭୋଇସେବକଙ୍କ ଦ୍ୱାରା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯଇଛି। ଏହାପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ। ପ୍ରତିବର୍ଷ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ରଥଭଙ୍ଗା ଯାଇଥାଏ। ଭୋଇ ସେବକ ମାନେ ଭଙ୍ଗା ଯାଇଥିବା ରଥକାଠ ଓ ରଥରେ ବ୍ୟବହୃତ ସମସ୍ତ କଣ୍ଟାକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଭଙ୍ଗା ଯାଇଥିବା କାଠକୁ ରୋଷଶାଳାରେ ଜାଳେଣୀ କାଠ ଭାବେ ବ୍ୟବହାର କରାଯିବ। କଣ୍ଟାଗୁଡ଼ିକୁ ତରଳାଇ ନୂଆ କରିବା ପରେ ଆଗାମୀ ବର୍ଷ ରଥଯାତ୍ରାରେ ବ୍ୟବହାର କରାଯିବ।

Leave A Reply

Your email address will not be published.