ଏବେ ଇ-ପାସପୋର୍ଟ ଜାରୀ କରିବେ ସରକାର, ଜାଣନ୍ତୁ ଏହା ବିଷୟରେ ସବିଶେଷ ତଥ୍ୟ. . .

ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ସରକାର ଇ-ପାସପୋର୍ଟ ଜାରୀ କରିବା ପ୍ରସ୍ତୁତିରେ କାମ କରୁଛନ୍ତି। ଏହାର ପ୍ରଥମ ପର୍ଯ୍ୟାୟରେ ୨.୨ କୋଟି ଇ-ପାସପୋର୍ଟ ଜାରୀ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ କଡା ସୁରକ୍ଷା ଉପାୟ ବିଶିଷ୍ଟ ଇଲେକ୍ଟ୍ରୋନିକ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରୀ କରିବାର ଯୋଜନା ରହିଛି। ଜୟଶଙ୍କର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଇ-ପାସପୋର୍ଟ ସହିତ ଜଡିତ ଏକ ପ୍ରଶ୍ନର ଉତ୍ତର ଦେଇ ଏହାର ସୂଚନା ଦେଇଛନ୍ତି।

ଡିଜିଟାଲ ହସ୍ତାକ୍ଷର ଦ୍ବାରା ହେବ ପ୍ରମାଣିତ

jay sankarଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଇ-ପାସପୋର୍ଟର ଆବେଦକଙ୍କ ବ୍ୟକ୍ତିଗତ ସୂଚନାରେ ଜଡିତ କାଗଜପତ୍ର ଡିଜିଟାଲ ହସ୍ତାକ୍ଷର ଦ୍ବାରା ପ୍ରମାଣିତ ହେବ। ଏହି ସୂଚନା ପାସପୋର୍ଟର ଚିପରେ ସଂରକ୍ଷତି ହେବ। ଏହି ଚିପ ଏବେର ପାସପୋର୍ଟରେ ପୁସ୍ତିକାରେ ରହିବ। ଚିପ ସହିତ କୌଣସି ବ୍ୟତିକ୍ରମ ହେଲେ ପାସପୋର୍ଟୀ ପ୍ରାଧିକାର ଶେଷ ହୋଇଯିବ।

ଏହା ସହ ପଢ଼ନ୍ତୁ : ପାସପୋର୍ଟ ଧାରକଙ୍କ ପାଇଁ ଖୁସି ଖବର, ଏବେ ମିସ୍ ରୁ ମିସେସ୍ କରିବା ହେବ ସହଜ

ପ୍ରଥମ ପର୍ଯ୍ୟାୟରେ ଜାରୀ ହେବ ୨.୨ କୋଟି ଇ-ପାସପୋର୍ଟ

ସେ ଜଣାଇଛନ୍ତି ଯେ ଇ-ପାସପୋର୍ଟ ସେବା ଆରମ୍ଭ କରିବା ପ୍ରକ୍ରୀୟା ଶେଷ ପର୍ଯ୍ୟାୟରେ ଅଛି। ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨.୨ କୋଟି ଇ-ପାସପୋର୍ଟ ଜାରୀ କରିବାର ଲକ୍ଷ୍ୟ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.