ଭୁବନେଶ୍ୱର (କେ ନ୍ୟୁଜ୍) : ବୋମା ଗୁଜବ । ରାଜଧାନୀର ପ୍ରମୁଖ ସ୍ଥଳରେ ଆଜି ସକାଳେ ବୋମା ରହିଥିବା ଗୁଜବ ହୋଇଥିଲା । ଜାଗାଟି ହେଉଛି ଲୋୟାର ପିଏମ୍ଜିର ଧାରଣା ସ୍ଥଳ ସାମନା । ଯେଉଁଠି ରହିଛି ପୋଲିସ୍ କ୍ୟାମ୍ପ । ଗୋଟିଏ ବ୍ୟାଗରେ ଏସବୁ ବଣ୍ଡଲ ରହିଥିଲା । ତେବେ ପରେ ଦେଖାଗଲା ଯେ ସେଗୁଡ଼ିକ ବୋମା ନୁହେଁ ସୁତୁଲି ବଣ୍ଡଲ । ଲୋକେ ଦେଖିଲା ପରେ ତା ପାଖକୁ ଯିବା ଲାଗି କେହି ସାହସ କଲେ ନାହିଁ । କାରଣ କାଳେ ବୋମା ହୋଇଥିବ ? ଶେଷରେ ପୋଲିସ୍ ଆସି ସେ ସବୁକୁ କାଢ଼ି ଦେଖିଥିଲା ଏବଂ ଏହା ବୋମା ନୁହେଁ ସୁତୁଲି ବଣ୍ଡଲ ବୋଲି ଜଣାପଡ଼ିଥିଲା ।