କଳା ଲୁଙ୍ଗି ଏବଂ ଗଳାରେ ମୋଟା ଚେନ୍‌ ପିନ୍ଧି ‘ବଚ୍ଚନ ପାଣ୍ଡେ’ଲୁକରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମ କରୁଛନ୍ତି। ଗତ କିଛି ଦିନରେ ନିଜ ଫିଲ୍ମ ‘ମଙ୍ଗଲ ମିଶନ’ର ଧମାକାପୂର୍ଣ୍ଣ ଟ୍ରେଲରକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ। ଏହି ଫିଲ୍ମ ପରେ ପୁଣି ଥରେ ଅକ୍ଷୟ କୁମାର ଜବରଦସ୍ତ ଧମାକା କରିଛନ୍ତି। ନିକଟରେ ତାଙ୍କର ଆଉ ଏକ ଫିଲ୍ମର ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଏହି ଲୁକରେ ଅକ୍ଷୟ କୁମାରଙ୍କୁ ଚିହ୍ନବା କଷ୍ଟକର ହୋଇପଡୁଛି। ଅକ୍ଷୟ ତାଙ୍କର ଆଗାମି ଫିଲ୍ମରେ ନିଜର ଏହି ଲୁକ ସେୟାର କରି ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରିଦେଇଛନ୍ତି।

ଏହି ଲୁକରେ ଅକ୍ଷୟ କୁମାର ଗଳାରେ ମୋଟା ଚେନ୍‌ ଏବଂ କଳା ଲୁଙ୍ଗି ପରିଧାନ କରିଥିବା ଦେଖିବାକୁ ମିଳିଛି। ତାଙ୍କ ପୂରା ମଥାରେ ଚନ୍ଦନ ଏବଂ ଟିକା ଲଗାଇଛନ୍ତି। ସବୁଠାରୁ ଖାସ୍‌ କଥା ହେଉଛି ଅକ୍ଷୟଙ୍କ ହାତରେ ନାନଚାକ ଧରିଥିବା ନଜର ଆସିଛନ୍ତି। ଅକ୍ଷୟ କୁମାର ‘ବଚ୍ଚନ ପାଣ୍ଡେ’ ର ପ୍ରଥମ ଲୁକ୍‌ ସେୟାର କରି ଲେଖିଛନ୍ତି, ‘ସାଜିଦ ନାଦିୟାଓ୍ଵାଲାର ଆଗାମୀ ଫିଲ୍ମ, ଡାଇରେକ୍ଟ ବାୟ ଫରହାଦ ସମାଜୀରେ ୨୦୨୦ରେ କ୍ରିସମାସରେ ଆସୁଛି ‘ବଚ୍ଚନ ପାଣ୍ଡେ’ ହୋଇ’।

akhaya

ଏହି ଫିଲ୍ମରେ ଅକ୍ଷୟ ପୂରା ଭିନ୍ନ ଲୁକକୁ ବହୁତ ପସନ୍ଦ କରାଯାଉଛି। ଏହି ଫିଲ୍ମ ଯଦି ୨୦୨୦ରେ କ୍ରିସମାସରେ ରିଲିଜ୍‌ ହେବ ତେବେ ଏହି ଫିଲ୍ମ ‘ଅମିର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା’କୁ ଟକ୍କର ଦେବ। କେବଳ ଏତିକି ନୁହେଁ ଏହି ଫିଲ୍ମ ସବୁଠାରୁ ବଡ କ୍ଲାସ ହୋଇପାରେ। କାରଣ ଏହି ଦିନରେ ଅଜୟ ଦେବଗନ ଏବଂ ରଣବୀର କପୁରଙ୍କର ଅପକମିଂ ଫିଲ୍ମ ମଧ୍ୟ ରିଲିଜ୍‌ ହୋଇପାରେ।

ଏହାସହ ପଢନ୍ତୁ: ମା’ ଓ ସ୍ବାମୀଙ୍କ ସହ ସିଗାରେଟ୍ ଟାଣିବା ଫଟୋରେ ପ୍ରିୟଙ୍କା ହେଲେ ଟ୍ରୋଲ, ୟୁଜର କହିଲେ, ‘ତୁମେ ଶ୍ବାସରୋଗୀ ଥିଲ ନା ?’

ଏହାପୂର୍ବରୁ ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ବିଦ୍ୟା ବାଲାନ୍‌, ତାପସି ପନ୍ନୁ ଏବଂ ସୋନାକ୍ଷୀ ସିହ୍ନା ଭଳି ଅନେକ ବଡ ଅଭିନେତ୍ରୀ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.