Below header

ହ୍ୟୁଣ୍ଡାଇ ଲଞ୍ଚ କରିବ ସୋଲାର ପ୍ୟାନେଲ ଛାତ ଥିବା ସୋନାଟା କାର

ହ୍ୟୁଣ୍ଡାଇ ମୋଟର୍ସର ଆଗାମୀ ପିଢି ପାଇଁ ପ୍ରିମିୟମ ସେଡାନ ସୋନାଟାରେ ଏପରି କିଛି ଖାସ୍ ରହିଛି, ଯାହା ଆପଣଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ। ନୂଆ ସୋନାଟା ପୁରୁଣା ମଡେଲ ବଦଳରେ ହାଇବ୍ରିଡ୍ ରହିଛି। ନୂଆ ସୋନାଟାର କାର ଉପରେ ସୋଲାର ପ୍ୟାନେଲ ଛାତ ରହିଛି। ଯାହା କାରର ବ୍ୟାଟେରୀକୁ ଚାର୍ଜିଂ ପାଇଁ ସୁବିଧା ଯୋଗାଇବ।
ଆସନ୍ତୁ ଜାଣିବା ନୂଆ ସୋନାଟରେ କ’ଣ ଖାସ୍ ରହିଛି ?
– ନୂଆ ସୋନାଟା ହାଇବ୍ରିଡ କାର ଉପରେ ସୋଲାର ପ୍ୟାନେଲ ଛାତ ରହିଛି। ଯାହା କାରର ବ୍ୟାଟେରୀକୁ ଚାର୍ଜିଂ କରିବାରେ ସହାୟକ ହେବ।
– କାର ଯେତେ ସମୟ ଖରାରେ ରହିଛି, ସେତେ ଶୀଘ୍ର ଚାର୍ଜ ହୋଇଯିବ।
– ବ୍ୟାଟେରୀ ଚାର୍ଜ ହେବା ପାଇଁ ମାତ୍ର ୬ ଘଣ୍ଟା ଆବଶ୍ୟକ। ଯାହାପରେ କାର ୧୩୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ।
– ଏହାସହିତ ଆକ୍ଟିଭ ସିଫ୍ଟ କଣ୍ଟ୍ରୋଲ ଫିଚର ମଧ୍ୟ ଉପଲବ୍ଧ।
– ଏହି ଫିଚର ଗାଡିର ଗତି ଏବଂ ଟ୍ରାନ୍ସମିଶନକୁ ନିୟନ୍ତ୍ରଣ କରିବ। ଏହାର ଗିଅର ସିଫ୍ଟ ସମୟ ମଧ୍ୟ ୩୦ ପ୍ରତିଶତ କମ୍ ହେବ।
– ନୂଆ ସୋନାଟାରେ କ୍ୟାସକୋଡିଂଗ ଫ୍ରଣ୍ଡ ଗ୍ରିଲ ଡିଜାଇନ ଏବଂ ପଛରେ ସ୍ମଲ ସ୍ପାଇଲର ଏବଂ ଡିଜାଇନ ଚକ ମଧ୍ୟ ଉପଲବ୍ଧ ହେବ।
– ଏହି ଗାଡି ପ୍ରତି ଲିଟରକୁ ୨୦ କିମି ବାଟ ଯାତ୍ରା କରିପାରିବ। ଗାଡିର ଗତି ୧୪୫ କିମି ପ୍ରତି ଘଣ୍ଟାରେ ଯାଇପାରିବ।
– ଏହି ଗାଡିର ଆଉ ଏକ ସ୍ବତନ୍ତ୍ରତା ରହିଛି, ଯାହା ରାସ୍ତାରେ ଯାଉଥିବା ଲୋକକୁ ଚିହ୍ନିବା ଏବଂ ଆପତ୍ତିକାଳୀନ ଦୁର୍ଘଟଣା ବିଷୟରେ ଡ୍ରାଇଭରକୁ ସୂଚନା ଦେବ।

ଏହାର ହାଇବ୍ରିଡ ସଂସ୍କରଣ ଦକ୍ଷିଣ କୋରିଆରେ ଲଞ୍ଚ କରାଯାଇଛି। କିନ୍ତୁ ଖୁବଶୀଘ୍ର ଏହା ଆମେରିକା ଏବଂ ଅନ୍ୟ ଦେଶରେ ଲଞ୍ଚ ହେବ। ନୂଆ ସୋନାଟା ଆସନ୍ତାବର୍ଷ ଲଞ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.