Below header

ମୁମ୍ବାଇରେ ପ୍ରବଳ ବର୍ଷା: ଅଧାବାଟରେ ଅଟକିଲା ମହାଲକ୍ଷ୍ମୀ ଏକ୍ସପ୍ରେସ୍‌, ଫସି ରହିଛନ୍ତି ୭ଶହରୁ ଅଧିକ ଯାତ୍ରୀ

ମୁମ୍ବାଇ(କେନ୍ୟୁଜ୍): ମହାରାଷ୍ଟ୍ରରେ ଲଗାଣ ବର୍ଷାରେ ବେହାଲ ପରିସ୍ଥିତି। ଜନଜୀବନ ଏକରକମ ଠପ୍‌ ହୋଇଯାଇଥିବା ବେଳେ ଟ୍ରେନ ଚଳାଚଳ ବି ବ୍ୟାହତ ହୋଇଛି। ରେଳ ଧାରଣା ଉପରେ ୨ଫୁଟର ପାଣି ଜମି ରହିଥିବାରୁ ମହାଲକ୍ଷ୍ମୀ ଏକ୍ସପ୍ରେସ ଫସି ରହିଛି। ବଦଲାପୁର ଓ ବାନଗନି ମଧ୍ୟରେ ଫସିରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ । ଏଥିରେ ୭ ଶହରୁ ଅଧିକ ଯାତ୍ରୀ ଗତ ୭ଘଣ୍ଟା ଧରି ଫସି ରହିଛନ୍ତି । ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାରୱ କରିବା ପାଇଁ ଏନଡିଆରଏଫ ଓ ବାୟୁ ସେନାର ହେଲିକପ୍‌ଟର ମୁତୟନ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନୈସେନାର ୭ଟି ଟିମ ୨ଟି ନୌସେନା ହେଲିକପ୍‌ଟର ଓ ୨ମିଲିଟାରୀ କଲମ ନିୟୋଜିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆର୍‌ପିଏଫ ଓ ସିଟି ପୋଲିସ ପକ୍ଷରୁ ରେଳଯାତ୍ରୀଙ୍କୁ ଖାଦ୍ୟ ସାମଗ୍ରୀ ଓ ପାନୀୟ ଆଦି ଯୋଗାଇ ଦିଆଯାଉଛି। ଯାତ୍ରୀମାନଙ୍କୁ ଭୟଭୀତ ନେବାକୁ କିମ୍ବା ତଳକୁ ନଓହ୍ଲାଇବାକୁ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ନିବେଦନ କରାଯାଇଛି। ରେଲ ଧାରଣା ଉପରେ ୨ଫୁଟର ପାଣି ଜମି ରହିଛି। ଏହା ଏକ ଫୁଟକୁ ହ୍ରାସ ହେଲେ ରେଲ ଯାତାୟାତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.