Below header

ଚୋର ଭାବି ନାବାଳକକୁ ପିଟି ପିଟି ମାରିଦେଲେ ଲୋକେ, ଜାଣନ୍ତୁ କେଉଁଠି ଘଟିଛି ଏହି ହୃଦୟସ୍ପର୍ଶୀ ଘଟଣା

ଆଦର୍ଶ ନଗର ଅଞ୍ଚଳରେ ଗତ ଶୁକ୍ରବାର ଦିନ ଏକ ଦୋକାନରୁ ଚୋରି କରିବା ସମୟରେ ଧରାପଡିଯିବାରୁ ର୍ଗା ଲୋକମାନେ ମିଶି ପିଟି ପିଟି ହତ୍ୟା କରିଛନ୍ତି। ଦିଲ୍ଲୀରେ ଦୁଇ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏହା ପୂର୍ବରୁ ନରେଲା ଔଦୋଗିକ ଅଞ୍ଚଳରେ ବୁଧବାର ଦିନ ବିଳମ୍ବିତ ରାତିରେ ଚୋରି କରିବା ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ପୋଲିସ କହିବା ଅନୁଯାୟୀ ଲାଲବାଗ୍ ରେ ଲୋକମାନେ ମିଶି ଜଣେ ଚୋରକୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ରକ୍ତାକ୍ତ ଅବସ୍ଥାରେ ନାବାଳକକୁ ଉଦ୍ଧାର କରି ଜଗଜୀବନ ରାମ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ଏହାସହ ପଢନ୍ତୁ: କ୍ରେଡିଟ କାର୍ଡ ବିଲ୍ ଦେଇ ନପାରିବାରୁ ୪ ବର୍ଷର ଝିଅକୁ ଧରି ଛାତରୁ ଡେଇଁ ଆତ୍ମହତ୍ୟା କଲେ ସୁରେଶ କୁମାର

ରିପୋର୍ଟ ଅନୁଯାୟୀ ନାବାଳକ ଜଣକ ତାଙ୍କ ପଡୋଶୀ ମୁକେଶଙ୍କ ଘରେ ପଶିଥିବା ବେଳେ ଘରଲୋକ ତାଙ୍କ ପାଟି ଶୁଣି ଉଠିଯାଇଥିଲେ। ଘର ଲୋକ କ୍ୟାମରୋରେ ଅଚିହ୍ନା ଯୁବକଙ୍କୁ ଦେଖିବା ପରେ ପାଟି କରିବାରୁ ତାଙ୍କ ଆଖ-ପାଖରେ ଥିବା ଲୋକମାନେ ଏକାଠି ହୋଇ ନାବାଳକ ଜଣକୁ ଅତି ନିର୍ମମ ଭାବେ ପିଟି ଥିଲେ। ଅନ୍ୟପଟେ ପୋଲିସ୍ ସି ସି ଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.