Below header

କେନ୍ଦୁଝର: ବଳଦ ପାଇଁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା

କେନ୍ଦୁଝର(କେନ୍ୟୁଜ୍) : ବଳଦ ପାଇଁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ଫୁଲପାହାଡି ଗାଁର ଭାଲୁଘରା ସାହିରେ ଘଟିଛି ବୀଭତ୍ସ ହତ୍ୟା। ମୃତକ ଜଣକ ଭାଲୁଘରା ସାହିର କାଦେ ମାଝି ବୋଲି ଜଣାପଡ଼ିଛି। ଗୁରୁବାର ଦିନ ଏକ ବଳଦକୁ କେନ୍ଦ୍ର କରି କିଛି ଲୋକଙ୍କ ସହ କାଦେଙ୍କର ବୈଠକ ହୋଇଥିଲା। କିନ୍ତୁ ସେଦିନ ସେ ରାତିରେ ଘରକୁ ଫେରି ନଥିବା ବେଳେ ଶୁକ୍ରବାର ସକାଳେ ତାଙ୍କ ମୃତ ଦେହ ଘର ବାହାରେ ମିଳିଥିଲା। ତେବେ ଏହି ଘଟଣାକୁ ଚାପିଦେବାକୁ ଗ୍ରାମବାସୀ ଉଦ୍ୟମ କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। କାଦେଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.