Below header

ମାଇକ୍ରୋସଫ୍ଟ ଲଞ୍ଚ କଲା ୩ଡି ହୋଲୋଗ୍ରାମ ; ଜାଣନ୍ତୁ କ’ଣ ରହିଛି ବିଶେଷତ୍ବ

ମାଇକ୍ରୋସଫ୍ଟ ନିକଟରେ ଏକ ସ୍ବତନ୍ତ୍ର ୩ଡି ହୋଲୋଗ୍ରାମ ଲଞ୍ଚ କରିଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟନ୍ବିତ କରିଦେଇଛି। ଏହି ହୋଲୋଗ୍ରାମ ଉପଭୋକ୍ତାଙ୍କ ଭଳି କ୍ଲୋନ ତିଆରି କରିପାରୁଛି, ଯାହା ଉପଭୋକ୍ତାଙ୍କ ସ୍ବରରେ ଦୁନିଆର କୌଣସି ଭାଷା ମଧ୍ୟ କହିପାରୁଛି।
ଗତ କିଛିଦିନ ତଳେ ଲାସଭେଗାସରେ ମାଇକ୍ରୋସଫ୍ଟର କାର୍ଯ୍ୟକାରୀ ଅଧିକାରୀ ଜୁଲିଆ ହ୍ବାଇଟ ହୋଲୋଗ୍ରାମର ଡେମୋ ପ୍ରସ୍ତୁତ କରିଛନ୍ତି। ହେଲୋଗ୍ରାମରେ ଜୁଲିଆକୁ ଇଂଲିଶରେ ଦିଆଯାଇଥିବା ଲେଖାକୁ ଜାପାନୀ ଭାଷାରେ କହିଥିଲେ। କିନ୍ତୁ ଜୁଲିଆକୁ ଜାପାନୀ ଭାଷା ମଧ୍ୟ କହିଆସେନି। ସମଗ୍ର ଦୁନିଆକୁ ଭାଷଣ ଦେବା ବହୁତ କଷ୍ଟକର ଥିଲା। ଯେଉଁଠିକି ବି ସେ ଯାଆନ୍ତି, ସେଠିକାର ସ୍ଥାନୀୟ ଭାଷାରେ ନିଜ କଥା କହିବା ମଧ୍ୟ ବହୁତ କଷ୍ଟକର ହୋଇଥାଏ। କିନ୍ତୁ ହେଲୋଗ୍ରାମ ଦ୍ବାରା ଭାଷାଜନିତ ସମସ୍ୟାର ସମାଧାନ ହୋଇଯାଇଛି ବୋଲି ଜୁଲିଆ କହିଛନ୍ତି।

hololens-visualizationକେଉଁ ଉପାୟରେ କାମ କରିଥାଏ ହୋଲୋଗ୍ରାମ
ରିପୋର୍ଟ ମୁତାବକ, ମାଇକ୍ରୋସଫ୍ଟ ହୋଲୋଗ୍ରାମ ପୂର୍ବରୁ ଇଂଲିଶ ଭାଷାକୁ ଜାପାନୀ ଭାଷାରେ ଅନୁବାଦ କରିବା ପାଇଁ Neural Text-to Speech କୁ ବ୍ୟବହାର କରାଯାଏ। ହୋଲୋଗ୍ରାମରେ ଦୁଇଟି ପ୍ରମୁଖ ଟେକନୋଲଜି Mixes reality capture studio and Neural Text-to Speech ର ବ୍ୟବହାର କରାଯାଏ। reality capture studio ଟେକନୋଲଜି ଭାଷଣକୁ ରେକର୍ଡ କରେ ଏବଂ ପରେ Neural Text-to Speech ଭାଷାକୁ ବ୍ୟବହାରକାରୀଙ୍କ ଭାଷା ଅନୁଯାୟୀ ଅନୁବାଦ କରିଦିଏ। ମାଇକ୍ରୋସଫ ଏହି କୌଶଳ ବ୍ୟବହାର କରି ଦୁନିଆର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.