ରସଗୋଲା ପରେ ଏବେ ଓଡିଶା ଛେନାପୋଡ ଆରିଷା ଏବଂ ରସାବଳୀର ଜିଆଇ ଟ୍ୟାଗ୍ ଦାବି

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଶାର ରସଗୋଲା ପରେ ଆରିଷା ପିଠା, ରସାବଳୀ ଓ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଦାବି ଜୋର ଧରିଛି । ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଏବେ ସମସ୍ତେ ଖୁସି। କିନ୍ତୁ ଏତିକିରେ ବସିଗଲେ ଚଳିବ ନାହିଁ। ଆରିଷା ପିଠା, ରସାବଳୀକୁ ଚିହ୍ନଟ କରି ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଉ । ବିଧାନସଭା ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ଦାବି ରଖିଥିଲେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର। ତାଙ୍କୁ ସମର୍ଥନ କରିଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ସେପଟେ ଏମଏସଏମଇ ବିଭାଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଥିବାରୁ ଆମେ ଗର୍ବିତ । ଆରିଷା, ଛେନାପୋଡ଼, ରସାବଳୀର ଜିଆଇ ମାନ୍ୟତା ପାଇଁ ତଥ୍ୟ ସଂଗ୍ରହ ହେବ । ଏହାପରେ ଆବେଦନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.