ଦୁନିଆର ସବୁଠୁ ଦାମୀ ଚା’ ଯାହାର ଦର ୫୦ ହଜାର, ବିଶ୍ୱାସ ନହେଲେ ବି ସତ !

ଆସାମ ହେଉଛି ବିଶ୍ୱର ସବୁଠାରୁ ଦାମୀ ଚା’ ଉତ୍ପାଦନ କ୍ଷେତ୍ର, ଏଠାରେ ଏକ ଗୋଲଡ ଭେରାଇଟିର ଚା’କୁ କିଲୋପ୍ରତି ୫୦ ହଜାର ଟଙ୍କାରେ ନିଲାମ କରାଯାଇଛି, ପ୍ରଥମ ଥର ପାଇଁ କୌଣସି ଚା’ କୁ ଏତେଟଙ୍କାରେ ନିଲାମ କରାଯାଇଛି ।

ଚା’ ବୋର୍ଡର ଗୌହାଟୀ ନିଲାମୀ କେନ୍ଦ୍ରରେ ମନୋହାରୀ ଚା’ ବଗିଚାର ଗୋଲଡ ସ୍ପେଶାଲ ଚା’କୁ ସୌରଭ ଟି ଟେଡର୍ସ କିଲୋ ପ୍ରତି ୫୦ହଜାର ଟଙ୍କା ଦରରେ କିଣିଛି । ଏହା ପୂର୍ବରୁ ମଧ୍ୟ ୨୦୧୮ ମସିହାରେ ଏହି ବଗିଚାର ଏକ ଚା’କୁ କିଲୋପ୍ରତି ୩୯,୦୦୦ ଟଙ୍କା ଦରରେ ବିକ୍ରି କରାଯାଇଥିଲା । ଗତବର୍ଷ ଅରୁଣାଚଳ ପ୍ରଦେଶରେ ମିଳୁଥିବା ଏକ ଖାସ କିସମର ଚା’କୁ ଗୌହାଟୀ ଟି ଆକ୍ସନ ସେଣ୍ଟର (GTAC) କିଲୋପ୍ରତି ୪୦,୦୦୦ ଟଙ୍କାରେ ବିକ୍ରି କରି ୱାର୍ଲଡ ରେକର୍ଡ କରିଥିଲା ।

ଗୌହାଟୀ ଟି ଆକ୍ସନ ବ୍ରିୱେର୍ସର ସଚିବ ପିୟାନୂଜ ଦତ୍ତ ଏକ ବୟାନରେ କହିଥିଲେ କି ଅରୁଣାଚଳ ପ୍ରଦେଶର ଡୋନିପୋଲୋ ଟି ଇଷ୍ଟେଟର ଏକ ସ୍ୱତନ୍ତ୍ର ଧରଣର ଚା’ ଗୋଲଡେନ ନିଡିଲ ଟି କୁ ୨୦୧୮ ମସିହା ଅଗଷ୍ଟ ମାସରେ କିଲୋପ୍ରତି ୪୦,୦୦୦ ଟଙ୍କା ଦରରେ ବିକ୍ରି କରାଯାଇଛି । ଗୋଲଡେନ ନିଡିଲ ଟି ଏକ ସ୍ୱତନ୍ତ୍ର ପ୍ରଜାତିର ଚା’ ଅଟେ ଯେଉଁଥିରେ ଛୋଟ ଛୋଟ କଢ ଥାଏ ଏବଂ ଏହାକୁ ବହୁତ ସାଵଧାନର ସହିତ ତୋଳା ଯାଇଥାଏ । ଏହି ଚା’ ର ପତିରେ ସୁନେଲି ରଙ୍ଗର ଏକ ଆସ୍ତରଣ ଥାଏ ଯାହାକି ବହୁତ ନରମ ଏବଂ ମଖମଲି ହୋଇଥାଏ । ଏଥର ପାଣିପାଗ ଖରାପ ହେବା କାରଣରୁ ମାତ୍ର ୫ କିଲୋଗ୍ରାମ ଅମଳ କରାଯାଇଛି । ଯଦି ପାଣିପାଗ ଠିକ ରହିଥାନ୍ତା ତାହେଲେ ଏଥର ମଧ୍ୟ ଏହି କିସମ ଅଧିକ ମାତ୍ରାରେ ଉତ୍ପାଦନ କରାଯାଇ ପାରିଥାନ୍ତା । ବିଶ୍ଵରେ ଦାର୍ଜିଲିଂ, ନୀଳଗିରି ଏବଂ ଆସାମରେ ଉତ୍ପାଦନ ହେଉଥିବା ଚା’ ର ବହୁତ ଚାହିଦା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.