Below header

ପୋଲିସ ହାତରେ ଧରାପଡିଲା ସ୍ତ୍ରୀ ହତ୍ୟାକାରୀ ସ୍ବାମୀ, ତଣ୍ଟି କାଟି ହୋଇଯାଇଥିଲା ଫେରାର

ଯାଜପୁର ଟାଉନ (କେନ୍ୟୁଜ୍) : ସ୍ୱାମୀ ସାଜିଲା ସ୍ତ୍ରୀ ହତ୍ୟାକାରୀ । ଯାଜପୁର ବିଂଝାରପୁର ଥାନା ଗୁଣ୍ଡୁରିପଡା ଗାଁରେ ଗତ ୨୧ ତାରିଖ ବିଳମ୍ବିତ ରାତ୍ରିରେ ମହିଳାଙ୍କୁ ଗଳାକାଟି ହତ୍ୟା କରିବା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟାକାରୀ ଆଉ କେହି ନୁହଁନ୍ତି ମହିଳାଙ୍କ ସ୍ୱାମୀ ଦିଗମ୍ବର ଦଳାଇ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଅନୁସନ୍ଧାନରୁ ଜାଣିପାରିଛି । ଦିଗମ୍ବର ଗୁଜୁରାଟରେ କାମ କରୁଥିବା ବେଳେ ସ୍ତ୍ରୀ ରିତାରାଣୀ ନିଜ ଶାଶୁ ଅନ୍ୟ ସଦସ୍ୟ ମାନଙ୍କ ସହିତ ଝଗଡା କରନ୍ତି । ଏଥିରେ ବ୍ୟସ୍ତବିବ୍ରତ ହୋଇ ଦିଗମ୍ବର ଘଟଣା ଦିନ ରାତ୍ରିରେ ଏକାକି ଆସି ନିଜ ସ୍ତ୍ରୀକୁ ପ୍ରଥମେ ତକିଆରେ ମାଡି ବସି ଅଣନିଶ୍ୱାସି କରି ହତ୍ୟା କରିଥିଲା । ପରେ ଘର ବାହାରକୁ ନେଇ ତଣ୍ଟି କାଟିଦେଇ ଫେରାର ହୋଇଯାଇଥିଲା ।

ପୋଲିସ ସାଇଂଟିଫିକ୍ ଟିମ ସହାୟତାରେ ଓ ଅଭିଯୁକ୍ତ ଦିଗମ୍ବରଙ୍କ ମୋବାଇଲ ନମ୍ବର ଟ୍ରାକିଂ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ତା ନିକଟରୁ ଗୋଟିଏ ଛୁରି ଓ ତକିଆ ଏବଂ ଦୁଇଟି ମୋବାଇଲ ଜବତ କରାଯାଇଛି । ଆଜି ଏ ନେଇ ଯାଜପୁର ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ ଡି ପି ଓ ରବିନ୍ଦ୍ର କୁମାର ଜେନା ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ହତ୍ୟା ଅଭିଯୋଗରେ ଆଜି କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.