Below header

‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆଜି ବି ରୂପରେ କମ୍ ଲାଗୁ ନାହାନ୍ତି

ଫିଲ୍ମ ଏବଂ ସିରିୟଲରେ କେତେକ ଭୂମିକା ଏତେ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଯେ ସେଥିରେ ଅଭିନୟ କରିଥିବା କଳାକାର ସବୁଦିନ ପାଇଁ ଆମର ମନେ ରହିଯାଆନ୍ତି। ଏହିପରି ଏକ ଭୂମିକା ଥିଲା ‘ରାମାୟଣ’ର ସୀତାଙ୍କର, ଯାହାକୁ ଅଭିନେତ୍ରୀ ଦୀପିକା ଚିଖଲିଆ ବେଶ୍ ନିଖୁଣ ଭାବେ ନିଭାଇଥିଲେ। ଏବେ ଦୀପିକା ମଧ୍ୟ ଅନ୍ୟ ସେଲିବ୍ରିଟିଙ୍କ ଭଳି ସୋସିଆଲ ମିଡିଆରେ ଆକ୍ଟିଭ୍ ଅଛନ୍ତି ଏବଂ ନିଜ ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଆସନ୍ତୁ ଆମେ ଆପଣଙ୍କୁ ଦେଖାଉଛୁ ଦୀପିକାଙ୍କର କେତେକ ଲାଟେଷ୍ଟ ଫଟୋ।

 

 

View this post on Instagram

 

🥰…….#smile 😊

A post shared by Dipika Chikhlia Topiwala (@dipikachikhliatopiwala) on

ଦୀପିକାଙ୍କୁ ଖୁବ୍ କମ୍ ବର୍ଷ ବୟସରେ ସଫଳତା ମିଳିଥିଲା। ସୀତାଙ୍କ ଭୂମିକାରେ ତାଙ୍କର ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଉଜ୍ଜୀବିତ ରହିଛି। ପାଖାପାଖି ୩୨ ବର୍ଷ ପୂର୍ବେ ଛୋଟ ପରଦାର ଆଧ୍ୟାତ୍ମିକ ଧାରାବାହିକ ‘ରାମାୟଣ’ ଏତେ ଲୋକପ୍ରିୟ ଥିଲା ଯେ ଘରେ ଘରେ ସେତେବେଳେ ସୀତାଙ୍କୁ ଦେଖିବାକୁ ଦର୍ଶକ ଟିଭି ଆଗରେ ବସିରହୁଥିଲେ।

 

View this post on Instagram

 

Why should kidsHave all the fun 😊😍#nature#weekend #retreat#super#time#away from bombay s buzz,home away from home

A post shared by Dipika Chikhlia Topiwala (@dipikachikhliatopiwala) on

ଏକ ଫଟୋକୁ ଦୀପିକା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେହିପରି ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସେ ଛୋଟ ପିଲାଙ୍କ ଭଳି ଆକ୍ଟିଭିଟି ଦେଖାଉଛନ୍ତି। ଦୀପିକାଙ୍କ ଫଟୋ ଦେଖି କୁହାଯାଇପାରେ କି ସେ ପ୍ରଥମରୁ ଯେମିତି ସୁନ୍ଦରୀ ଥିଲେ ଆଜି ବି ସେମିତି ଚମକୁଛନ୍ତି। ଦୀପିକା ରାମାୟଣରେ କରିଥିବା ଭୂମିକାକୁ ପୁଣିଥରେ ମନେ ପକାଇବାକୁ ଯାଇ ଏକ ପୋଷ୍ଟ ମଧ୍ୟ କରିଥିଲେ।

 

View this post on Instagram

 

Love 💜 ⠀⠀ #loveall #ipreview via @preview.app

A post shared by Dipika Chikhlia Topiwala (@dipikachikhliatopiwala) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.