ବେସାହାରା ବୃଦ୍ଧବୃଦ୍ଧାଙ୍କ ପାଇଁ ସାହାରା ପାଲଟିଲେ ବାଲିଗୁଡା ନବ ନିର୍ବାଚିତ ବିଧାୟକ

ବାଲିଗୁଡା: ବେସାହାରା ବୃଦ୍ଧବୃଦ୍ଧାଙ୍କ ପାଇଁ ସାହାରା ପାଲଟିଲେ ବାଲିଗୁଡାର ନବ ନିର୍ବାଚିତ ବିଧାୟକ ଚକ୍ରମଣି କହଁର। ନିଜର ପ୍ରଥମ ଦରମାକୁ ବାଲିଗୁଡା ଜରାନିବାସରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଖର୍ଚ୍ଚ କରିଛନ୍ତି। ଏହାସହ ଅନ୍ତେବାସୀଙ୍କ ସହ ଦିନଟିଏ କଟାଇଛନ୍ତି ବିଧାୟକ ଚକ୍ରମଣି। ଜରାଶ୍ରମକୁ ଯାଇ ଅନ୍ତେବାସୀଙ୍କ ସମସ୍ୟା କଥା ବୁଝିଥିଲେ ବିଧାୟକ। ତାଙ୍କର ଦ୍ୱିତୀୟ ଦରମାକୁ ମଧ୍ୟ ଜରା ନିବାସ ପାଇଁ ଖର୍ଚ୍ଚ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.