ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ ବଜାର ଘର, ୧୦ଲକ୍ଷ ଟଙ୍କା ବ୍ୟୟରେ ହୋଇଥିଲା ନିର୍ମାଣ

ଗଞ୍ଜାମ: ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ ବଜାର ଘର। ଗତକାଲି ଠାରୁ ଜାରି ରହିଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ମନ୍ତ୍ରିଡ଼ି ଗାଁରେ ଭୁଶୁଡ଼ିଛି ଘର। ନିର୍ମାଣାଧୀନ ୧୦ଟି ଘର ମଧ୍ୟରୁ ୭ଟି ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ବଜାର ଘର ନିର୍ମାଣ ହୋଇଥିଲା। ପଞ୍ଚାୟତ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ଚାଲିଥିଲା। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ଏହା ଭୁଶୁଡ଼ି ଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।