ଖୋର୍ଦ୍ଧା: ପୁଣି ବଧୂ ହତ୍ୟା, ଯୌତୁକ ଲୋଭରେ ପିଟି ପିଟି ମାରିଦେଲେ

ଟାଙ୍ଗୀ (କେନ୍ୟୁଜ୍): ପୁଣି ବଧୂ ହତ୍ୟା ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଝାନ୍ସି ପାଟଣା ଗ୍ରାମ। ଯୌତୁକ ରାକ୍ଷାସ କବଳରେ ବଳି ପଡ଼ିଛି ଜଣେ ବିବାହିତା ମହିଳା। ଶାଶୁ ଘର ଲୋକେ ସାମାନ୍ୟ କିଛି ଟଙ୍କା ଲୋଭରେ ବୋହୂକୁ ନିର୍ଦ୍ଧୟ ଭାବେ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ସେରନ୍ତି ସାହୁ। ବୟସ ୨୭ ବର୍ଷ। ସେରନ୍ତିଙ୍କର ମଧ୍ୟ ଦେଢ ବର୍ଷର ଶିଶୁ ପୁତ୍ର ଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ବିବାହର କିଛି ଦିନ ପରେ ଶ୍ବଶୁର ଘର ଲୋକେ ଅଧିକ ଯୌତୁକ ଲୋଭରେ ସେରନ୍ତିଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲେ। ଗତକାଲି ସେରନ୍ତିଙ୍କ ବାମଘର ଲୋକେ ତାଙ୍କୁ ଅତ୍ୟନ୍ତ ମୁର୍ମୁଶ ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିପୋର୍ଟ ଅନୁଯାୟୀ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗୀ ପୋଲିସ୍ ଉକ୍ତ ମହିଳାଙ୍କ ସ୍ବାମୀ ବସନ୍ତ ସାହୁଙ୍କୁ ଅଟକ ରଖି ପଚରା ଉଚରା କରିଛି। ଅନ୍ୟପଟେ ପରିବାରର ଅନ୍ୟ ସଦସ୍ୟ ଶାଶୁ, ଶ୍ବଶୁର ଓ ନଣନ୍ଦ ଫେରାର ହୋଇଯିବା ନେଇ ପୋଲିସ ତଦନ୍ତ ଜାରି ରଖିଛି।