ଆଠମଲ୍ଲିକରୁ ଅନୁଗୁଳ ଯାଉଥିବା ଯାତ୍ରୀବାହୀ ବସ ହେଲା ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ ଓ ୨୦ ଆହତ

ଅନୁଗୁଳ (କେନ୍ୟୁଜ୍) : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ। ଆଠମଲ୍ଲିକରୁ ଅନୁଗୁଳ ଯାଉଥିବା ସୁଲୁ ଟ୍ରଭେଲ୍ସର ବସ କତଡ଼ା ନୂଆସାହି ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟରେ ସହଯୋଗ କରିଛନ୍ତି। ଆହତଙ୍କୁ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.