ଶାଢ଼ି ସହିତ ଗଜବ ‘ଏକ୍ସପେରିମେଣ୍ଟ’ କଲେ ତାପସୀ ପନ୍ନୁ, ଜିତିଲେ ପ୍ରଶଂସକଙ୍କ ହୃଦୟ, ଦେଖନ୍ତୁ ଫଟୋ

ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ଜାଗା ବନାଇଥିବା ଟଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ‘ବିୟୁଟି ଓ୍ଵିଥ୍‌ ବ୍ରେନ୍‌’ ନାମରେ ସିନେମା ଜଗତରେ ବେଶ୍‌ ଜଣାଶୁଣା। ଯଦିଓ ତାଙ୍କ ଷ୍ଟାଇଲକୁ ନେଇ ଏତେଟା ଚର୍ଚ୍ଚା ହୋଇ ନ ଥାଏ, କିନ୍ତୁ ଗତ କିଛି ବର୍ଷରେ ସେ ନିଜ ଷ୍ଟାଇଲରେ ଭିନ୍ନତା ଆଣି ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ‘ମିଶନ ମଙ୍ଗଲ’ର ପ୍ରମୋଶନ ସମୟରେ ଯଦି ଆପଣ ତାପସୀଙ୍କ ଲୁକ୍‌କୁ ନଜର କରିନାହାନ୍ତି, ତା’ ହେଲେ ଏବେ ହିଁ କରନ୍ତୁ, କାହିଁକି ନା ଏହା ଭିତରେ ସେ ଶାଢ଼ି ସହିତ ଜବରଦସ୍ତ ପ୍ରୟୋଗ କରିଛନ୍ତି।

tapsi2

ନେଭି ବ୍ଲୁ ଓ ଗାଜର ରଙ୍ଗର ପ୍ରିଣ୍ଟେଡ୍‌ ଶାଢ଼ି ପିନ୍ଧି ତାପସୀ ଭାରତୀୟ ନାରୀଙ୍କର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି। ଏହି ଶାଢ଼ିରେ ‘ବ୍ୟାକ୍‌ ଲୁକ୍‌’ର ଫଟୋ ସେ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ ତାପସୀ ଲେଖିଛନ୍ତି, ‘କାଉଣ୍ଟଡାଉନ୍‌ ବିଗିନ୍ସ’। ଶାଢ଼ି ସହିତ ଫୁଲ୍‌ ସିଲ୍କ ବ୍ଲାଉଜ୍‌ ସେ ମ୍ୟାଚ୍‌ କରି ପିନ୍ଧିଛନ୍ତି। ଏହି ଲୁକକୁ ସେ ଅଳ୍ପ ମେକ୍‌ଅପ ଏବଂ ବନ୍‌ ହେୟାରଷ୍ଟାଇଲ୍‌ ବନାଇ ପୂରା କରିଛନ୍ତି। କେଶରେ ଲଗାଇଥିବା ଧଳା ଫୁଲର ଗଜରା ତାଙ୍କ ପାରମ୍ପରିକ ଅବତାରକୁ ଆହୁରି ଆକର୍ଷଣୀୟ କରୁଛି।

tapsi4

ଦ୍ୱିତୀୟ ଲୁକରେ ତାପସୀ ମଲ୍ଟିକଲର ପ୍ରିଣ୍ଟେଡ୍‌ ଶାଢ଼ିରେ ନଜର ଆସୁଛନ୍ତି। ଫ୍ୟାଶନ ଡିଜାଇନର ଶିବାନ ଓ ନରେଶ ଶାଢ଼ିକୁ ଡିଜାଇନ୍‌ କରିଛନ୍ତି। ସେଲିବ୍ରିଟି ଷ୍ଟାଇଲିଷ୍ଟ୍‍ ଦେବକୀ ଭଟ୍ଟ ତାପସୀଙ୍କ ଏହି ଲୁକ୍‌କୁ ଷ୍ଟାଇଲ୍‌ କରିଛନ୍ତି। ଶାଢ଼ି ସହିତ ଷ୍ଟ୍ରେପ୍‌ ବ୍ଲାଉଜ୍‌ ମ୍ୟାଚ୍‌ କରାଯାଇଛି। ଏହି ଲୁକ୍‌ ସହିତ ବେଲ୍ଟର ମଧ୍ୟ ବହୁତ ଷ୍ଟାଇଲିଷ୍ଟ ଭାବେ ବ୍ୟବହାର କରାଯାଇଛି।

ଏହାସହ ପଢ଼ନ୍ତୁ: ଶୁଟିଂ ଶେଷ ପରେ ତାମିଲ ଅଭିନେତା ବିଜୟ ୪୦୦ କୃ ମେମ୍ବରଙ୍କୁ ଉପହାରରେ ଦେଲେ ‘ସୁନା ମୁଦି’

tapsi6

ଆଉ ଏକ ଲୁକରେ ତାପସୀ ଧୋତି ଶାଢ଼ିରେ ନଜର ଆସୁଛନ୍ତି, ଯାହାକୁ ଲେବଲ୍‌ ନିକାଶା ଡିଜାଇନ୍‌ କରିଛନ୍ତି। ଫ୍ଲୋରାଲ ପ୍ରିଣ୍ଟ ଫ୍ରିଲ ବ୍ଲାଉଜ୍‌ ଏବଂ ହଳଦିଆ ରଙ୍ଗର ଧୋତି ଶାଢ଼ି ବେଶ୍‌ ଭିନ୍ନ ଢଙ୍ଗରେ ପିନ୍ଧାଯାଇଛି। ଜବରଦସ୍ତ ପାର୍ଟେଡ୍‌ ବ୍ରେଡ୍‌ ହେୟାରଷ୍ଟାଇଲ୍‌ ଏବଂ ମୋଜରିରେ ତାପସୀ ଶାଢ଼ିକୁ ଅଲଗା ଅନ୍ଦାଜରେ ଦର୍ଶାଇଛନ୍ତି।