ସୁନ୍ଦରଗଡ଼ : ଲାଞ୍ଜିବେର୍ଣ୍ଣା ସ୍ଥିତ ଡୋଲାମାଇଟ୍ ଖଣି ସଂପ୍ରସାରଣକୁ ନେଇ ଶୁଣାଣି ହେବ । ଜାମପାଲି ପଡ଼ିଆରେ ହେବାକୁ ଥିବା ଏହି ଶୁଣାଣିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବା ଆଶଙ୍କା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
୧୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଏହା କେବଳ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଜନଶୁଣାଣି ବୋଲି ସପକ୍ଷବାଦୀ କହୁଥିବା ବେଳେ ଜନଶୁଣାଣି ନାଁରେ ଲୋକ ଜମି ହରାଇବେ ବୋଲି ବିପକ୍ଷବାଦୀ କହିଛନ୍ତି । ବହୁ ସଂଖ୍ୟାରେ ବିପକ୍ଷବାଦୀ ବ୍ୟାନର ଧରି ଏକାଠି ହୋଇଛନ୍ତି ।