କଟକ: ନର୍ସିଂହୋମ୍‌ ବିଲଡିଂରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ(କେନ୍ୟୁଜ୍) : କଟକରେ ଏକ ନର୍ସିଂହୋମ୍‌ ବିଲଡିଂରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଏଥିରେ ସେ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ମହାନଦୀ ବିହାର ଅଞ୍ଚଳରେ ଥିବା ଏକ ନର୍ସିଂ ହୋମ୍‌ରେ। ଆହତ ରୋଗୀଙ୍କ ନାଁ ରମେଶ ଚନ୍ଦ୍ର ନାୟକ ଓ ଘର ସୁନ୍ଦରଗଡ ଜିଲ୍ଲା ଗଣୁଆ ଅଞ୍ଚଳରେ। ଗତ ୨୨ ତାରିଖରେ ସେ ଚିକିତ୍ସା ପାଇଁ ଏହି ନର୍ସିଂ ହୋମ୍‌କୁ ଆସିଥିଲେ। ଦୁଇଟିଯାକ କିଡନୀ ଖରାପ ହୋଇଯାଇଥିବା ଜାଣିବା ପରେ ମାନସିକ ଭାରସାମ୍ୟ ହରାଇ ଆଇସିୟୁରୁ ତଳକୁ ଡେଇଁ ପଡିଥିଲେ ରମେଶ। ଆଇସିୟୁରେ କେହି ନଥିବା ବେଳେ ରମେଶ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ଶ୍ୱଶୂର କହିଛନ୍ତି। ଘଟଣାର ତଦନ୍ତ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ।

Leave A Reply

Your email address will not be published.