Below header

ଆଜି ସରୁଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧି

ନୂଆଦିଲ୍ଲୀ (କେନ୍ଯୁଜ୍) : ଆଜି ସରୁଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧି । ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ତାଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା। INX ମିଡିଆ ମାମଲାରେ ତାଙ୍କର ଭୂମିକା କଣ ଥିଲା? କେମିତି ରହିଥିଲା ସଂପୃକ୍ତି ? ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସହ କେଉଁଠି ଦେଖା ହୋଇଥିଲା ଓ କଣ ଆଲୋଚନା କରିଥିଲେ ? ତାଙ୍କ ପୁଅ କାର୍ତ୍ତିକ ଚିଦାମ୍ବରମଙ୍କ INX ମିଡିଆ ମାମଲାରେ କିଭଳି ସଂପୃକ୍ତି ରହିଛି ? ଏମିତି ଅନେକ ପ୍ରଶ୍ନର ଉତ୍ତର ସିବିଆଇ ଚିଦାମ୍ବରମଙ୍କଠାରୁ ଜାଣିବାକୁ ଚାହିଁଥିବା ସୂଚନା ମିଳିଛି । ଅଗଷ୍ଟ ୨୨ତାରିଖରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୬ ଯାଏ ରିମାଣ୍ଡ ଦେଇଥିଲେ । ଏବେ ସିବିଆଇର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଅଧିକ ପଚରାଉଚୁରା ପାଇଁ ସିବିଆଇ ତାଙ୍କୁ ପୁଣି ରିମାଣ୍ଡରେ ନେବ କି ନାହିଁ ସେନେଇ ବି ଚର୍ଚ୍ଚା ଚାଲିଛି । ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚିଦାମ୍ବରମ ଜାମିନ ପାଇଁ ଆବେଦନ କରିପାରନ୍ତି । ସେପଟେ ସିବିଆଇର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ବି ଆଜି ଶୁଣାଣି ରହିଛି । ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାମଲାରେ ବି ଆଜି ରହିଛି ଶୁଣାଣି । ସିବିଆଇ ଅଧିକ ରିମାଣ୍ଡ ଆବେଦନ ନକଲେ ଇଡି ଗିରଫ କରିବା ନେଇ ସମ୍ଭାବନା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.