ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆଜି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ବ୍ୟବସାୟରେ ସାହାଯ୍ୟ ପାଇପାରିବେ।

brushaବୃଷ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ଆଜି ଆପଣ ବାହାରକୁ ବୁଲିବାକୁ ଯାଇପାରନ୍ତି। ନୂଆ ସାଙ୍ଗ କରିବେ।

mithunaମିଥୁନ : ଆପଣଙ୍କ ସ୍ବଭାବ ପାଇଁ ଆଜି ଆପଣଙ୍କୁ କିଛି ଖୁସି ଖବର ମିଳିପାରେ। ଏହି ଖୁସି ଦ୍ବାରା ଆପଣ ପ୍ରିୟଜନଙ୍କ ସହ ଦେଖା ହୋଇପାରିବେ।

karkataକର୍କଟ : ଅହଂଭାବ ଦୂର କରନ୍ତୁ । ପୁରୁଣା ବିଚାର ତ୍ୟାଗ କରି ଜୀବନରେ ନୂଆ ବିଚାର ଆଣିବେ। ନୂଆ ବିଚାରରେ ଜୀବନରେ ଆସିଥିବା ପରିବର୍ତ୍ତନକୁ ଦେଖି ଆପଣ ନିଜେ ଖୁବ୍ ଖୁସି ହେବେ। କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହିବା ଭଲ ।

singhaସିଂହ : କୌଣସି କାମରେ ଆପଣ ସଫଳତା ପାଇପାରିବେ। ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ଲାଭ ପାଇବେ।

kanyaକନ୍ୟା : ପାରିବାରିକ ସମସ୍ୟା ଦେଖାଦେବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଯାହା ଆପଣ ବହୁତ ପୂର୍ବରୁ କରିବା ପାଇଁ ଚାହୁଁଥିଲେ ସେଥିପ୍ରତି ଧ୍ୟାନ ଦେବେ।

tulaaତୁଳା : ଧର୍ମକାର୍ଯ୍ୟରେ ଯୋଗ ଦେବେ । ଗାଡ଼ି ଚଳାଚଳ ବେଳେ ସାବଧାନ ରହିବା ଆବଶ୍ୟକ । ଆପଣ ଆଖି ବନ୍ଦ କରି ବିଶ୍ବାସ କରୁଥିବା ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍ କୌଣସି ଦିନ ଆପଣ ସମସ୍ୟାରେ ପଡ଼ିପାରନ୍ତି।

bichhaବିଛା : ଆପଣ ଯଦି ନିଜ କାର୍ଯ୍ୟକୁ ସ୍ଥିର ହୋଇଥିବା ତାରିଖ ପୂର୍ବରୁ ଶେଷ କରିପାରୁ ନାହାନ୍ତି ତେବେ ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

dhanuଧନୁ : ଆଜି ଆପଣ ସାମାନ୍ୟ ଦୁଃଖିତ ରହିବେ। କାରଣ ଆଜି ଆପଣଙ୍କୁ ନିଜ ଲୋକ ହିଁ ନିରାଶ କରିପାରନ୍ତି।ପିତାଙ୍କ ଶରୀର ଅସୁସ୍ଥ ରହିବ । ପରିବାର ସହଯୋଗ ପାଇବେ । ଭ୍ରମଣ ଯୋଗ ରହିଛି ।

makaraମକର :ଆପଣଙ୍କ ମଧୁର ବ୍ୟବହାର ଲୋକମାନଙ୍କୁ ପ୍ରଭାବିତ କରିବ। ଧ୍ୟାନ ରଖନ୍ତୁ ଏହି ପରିବର୍ତ୍ତନ କେବଳ ବାହାରୁ ନୁହେଁ ଭିତରୁ ହେବା ଉଚିତ।

kumbhaକୁମ୍ଭ : ଆଜି ଆପଣ ସାମାନ୍ୟ ଚିନ୍ତାରେ ରହିପାରନ୍ତି। ଅତ୍ୟଧିକ ଦାୟିତ୍ବ ନେଇ ପାରନ୍ତି। ପରିବାର ସଦସ୍ୟ ଆପଣଙ୍କ ଠାରୁ ସାହାଯ୍ୟ ପାଇଁ ଆଶା କରିପାରନ୍ତି।

minaମୀନ : ଆଜି ଆପଣ ଆବଶ୍ୟକ ପଡ଼ିଲେ କୌଣସି ବନ୍ଦୁଙ୍କ ସାହାଯ୍ୟ ନେଇ ପାରିବେ। ସାହାଯ୍ୟ ଦ୍ବାରା ଆପଣ ନିଜର ଚିନ୍ତାକୁ ହାଲକା କରିପାରିବେ। ନିଜର ଭଳପାଇବାକୁ ହାସଲ କରିବା ପାଇଁ ବିଲକୁଲ୍ ସଂକୋଚ କରନ୍ତୁ ନାହିଁ।

Leave A Reply

Your email address will not be published.