Below header

ନରେନ୍ଦ୍ର ମୋଦିଙ୍କୁ ସାପ କାମୁଡାଇ ମାରିବେ ପାକିସ୍ତାନର ଗାୟିକା, ସୋସିଆଲ ମିଡିଆରେ ଦେଲେ ଧମକ

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ପାକିସ୍ତାନ ବିରୋଧ ଜାରି ରଖିଛି। ଏଥିରେ ପାକିସ୍ତାନର କଳାକାର ମଧ୍ୟ ସାମିଲ ହୋଇଛନ୍ତି। ପାକିସ୍ତାନର ଜଣେ ଗାୟିକା ତଥା ଅଭିନେତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି। ଗାୟିକା ଜଣଙ୍କ ଏ ସଂପର୍କିତ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଗାୟୀକାଙ୍କୁ ସାପ ଓ କୁମ୍ଭୀରମାନଙ୍କ ସହ ଦେଖିବାକୁ ମିଳିଛି। ଏସବୁ ଜନ୍ତୁକୁ ଧରି ସେ କହିଛନ୍ତି, ମୁଁ କାଶ୍ମୀରର ଝିଅ, ସାପ ମାନଙ୍କ ସହ ପ୍ରସ୍ତୁତ ଅଛି। ଏସବୁ ସାପ ନେରନ୍ଦ୍ର ମୋଦିଙ୍କ ପାଇଁ। ମୋଦି ତୁମେ କାଶ୍ମୀର ଲୋକଙ୍କୁ ବହୁତ ହଇରାଣ କରୁଛ। ତେଣୁ ପରିଣାମ ଭୋଗିବାକୁ ସତର୍କ ରୁହ। ଶେଷରେ କାଶ୍ମୀର ସମର୍ଥନରେ ସେ ଏକ ଗୀତ ଗାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.