ଅଟୋମୋବାଇଲ କ୍ଷେତ୍ର ଉପରେ ମାନ୍ଦାବସ୍ଥାର ପ୍ରଭାବ, ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦ ବନ୍ଦ ରଖିବ ମାରୁତି ସୁଜୁକି କମ୍ପାନୀ

। ଦକ୍ଷିଣ ଦିଲ୍ଲୀର ଗୋରେଗାଓଁ ମାନେସର ଠାରେ ଥିବା ମାରୁତି ସୁଜୁକି ପ୍ଲାଣ୍ଟ ଆସନ୍ତା ୭ ଓ ୯ ତାରିଖରେ ଉତ୍ପାଦନ ବନ୍ଦ ରଖିବ। ଏହି ଦୁଇ ଦିନ ନୋ ପ୍ରଡକ୍‌ସନ ଡେ ଭାବେ ପାଳନ କରିବ କମ୍ପାନୀ। ଏ ନେଇ ଆଜି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଚକୁ ମଧ୍ୟ ସୂଚନା ଦେଇଛି କମ୍ପାନୀ। ସେପଟେ ପ୍ଲାଣ୍ଟ ନିକଟରେ ଥିବା ଗାଁ ଗଣ୍ଡାରେ ମଧ୍ୟ ସିଧାସଳଖ ଏହାର ପ୍ରଭାବ ପଡ଼ିଛି। କଂପାନୀର ଉତ୍ପାଦନ ହ୍ରାସ ସହ କର୍ମଚାରୀ ଛଟେଇ ସ୍ଥାନୀୟ ଅଂଚଳର ଛୋଟବଡ ବ୍ୟବସାୟକୁ ଧିମା କରି ଦେଇଛି। ତେଜରାତି ଦୋକାନ ହେଉକି, ପରିବା ଦୋକାନ, ସମସ୍ତେ ପ୍ରଭାବିତ। ଯେଉଁ ଦୋକାରେ ଦିନକୁ ୪ହଜାର ଟଙ୍କା ବିକ୍ରି ହେଉଥିଲା, ଏବେ ହଜାରେ ଟଙ୍କା ମଧ୍ୟ ବିକ୍ରି ହେଉନି। ଯେଉଁମାନେ ଭଡା ଘର ଦେଇ ରୋଜଗାର କରୁଥିଲେ ସେମାନେ ବି ପ୍ରଭାବିତ ହୋଇଛନ୍ତି।

maruti comapny 1

ଦେଶର ଅର୍ଥନୀତି ଧିମେଇ ଯାଇଥିବା ବେଳେ ସର୍ବାଧିକ ପ୍ରଭାବିତ ହୋଇଛି ଅଟୋ ସେକ୍ଟର। ଗତ କିଛି ଦିନ ହେବ ମୋଟର ଯାନ ବିକ୍ରି କମି ଯାଇଛିି। ଗତ ଜୁଲାଇରେ ଅଟୋ ଉତ୍ପାଦନକାରୀ ୨୫ ପ୍ରତିଶତ ଉତ୍ପାଦନ ହ୍ରାସ କରିଥିଲେ। ଏବେ ଦୁଇ ମାରୁତି ସୁଜୁକି ଦୁଇ ଦିନ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ବ୍ୟୁରୋ ରିପୋର୍ଟ କଳିଙ୍ଗ ଟିିଭି ।