ପାକିସ୍ତାନର ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଆତଙ୍କବାଦୀ ଘୋଷଣା

ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ନିକଟରେ ଆଣିଥିବା ସଂଶୋଧିତ ଆତଙ୍କବାଦୀ ବିରୋଧୀ ଆଇନ, ୟୁଏପିଏ ବଳରେ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ପୂର୍ବରୁ ଏକ ଗୋଷ୍ଠୀକୁ ଆତଙ୍କବାଦୀ ଘୋଷଣା କରାଯାଉଥିବା ବେଳେ ବର୍ତ୍ତମାନ ୟୁଏପିଏରେ ଜଣେ ବ୍ୟକ୍ତିକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯିବାର ବ୍ୟବସ୍ଥା ରହିଛି । ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରର ପୁଲୱାମା ଆକ୍ରମଣ ସମେତ ବହୁ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ରହିଛି। ସେହିପରି ହାଫିଦ ସଇଦ ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାର ମାଷ୍ଟରମାଇଣ୍ଡ । ଏମାନେ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛନ୍ତି। ସେହିପରି ଭାରତରେ ଜନ୍ମିତ ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ଆକ୍ରମଣ ମାମଲାର ମାଷ୍ଟର ମାଇଣ୍ଡ। ତେବେ ଆକ୍ରମଣ ପରଠାରୁ ସେ ପାକିସ୍ତାନରେ ରହି ଆସୁଥିବା ଭାରତ କହୁଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ଖଣ୍ଡନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.