ରାଜଧାନୀରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ । ଆହତ ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର କଳିଙ୍ଗ ନଗର ଅଞ୍ଚଳରେ ରାତି ପାଖାପାଖି ୩ଟା ୩୦ ମିନିଟରେ ଏନକାଉଣ୍ଟର ହୋଇଛି। ସୁଶାନ୍ତ ପ୍ରଥମେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି କରିଥିଲା । ଜବାବରେ ପୋଲିସ ୩ ରାଉଣ୍ଡ ଗୁଳି କରିଥିଲା । ଏଥିରେ ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି । ସୁଶାନ୍ତ ନାଁରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେ ଖୋର୍ଦ୍ଧାର ଜଣେ କୁଖ୍ୟାତ ଅପରାଧୀ । ଗତ ୯ମାସ ତଳେ ଖୋର୍ଦ୍ଧାରେ ହୋଇଥିବା ଗୁଳିମାଡ ପରଠୁ ଫେରାର ଥିଲା । ତା ନିକଟରୁ ୩ଟି ଅଫୁଟା ଗୁଳି ଓ ବନ୍ଧୁକ ଜବତ କରିଛି ପୋଲିସ ।

Leave A Reply

Your email address will not be published.