ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରେଇ ଜ୍ଞାନ ରୂପକ ଆଲୋକ ପ୍ରଜ୍ୱଳିତ କରିଥାନ୍ତି। ଗୁରୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଜି ସମସ୍ତ ସ୍କୁଲ, କଲେଜ, ଅନୁଷ୍ଠାନରେ ଗୁରୁ ଦିବସ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଉଛି। ଏହି ଦିନ ଶିଷ୍ୟମାନେ ଗୁରୁଙ୍କୁ ଖୁସି କରିବାକୁ ଯଥାସମ୍ଭବ ପ୍ରୟାସ କରିଥାନ୍ତି। ତେବେ ଗୁରୁ ଦିବସ ଅବସରରେ ଆଜି ଜଣେ ବଲିଉଡ କଳାକାରଙ୍କ ଟ୍ଵିଟ୍ ତାଙ୍କୁ ବିବାଦ ଘେରକୁ ଟାଣିନେଇଛି। ବଲିଉଡ ଆକ୍ଟର ଟ୍ଵିଟ୍ରରେ ଲେଖିଛନ୍ତି ଯେ, ସେ ନିଜ ଶିକ୍ଷକଙ୍କଠାରୁ ଅଧିକ ଜାଣିଛନ୍ତି। ଏଥିସହ ଆଉ ଏକ ଟ୍ଵିଟ୍ରେ ଲେଖିଛନ୍ତି ଯେ ସେ ନିଜ ଶିକ୍ଷକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ଜଣେ ଅଭିନେତାଙ୍କ ଗୁରୁ ଦିବସରେ ଗୁରୁଙ୍କ ପ୍ରତି ଏଭଳି ବ୍ୟବହାରକୁ କେହି ପସନ୍ଦ କରିନାହାନ୍ତି। ତେବେ ଏଭଳି ଟ୍ଵିଟ୍ କରିଥିବା ଆକ୍ଟର ଆଉ କେହି ନୁହଁନ୍ତି, ବରଂ ଦେଶଦ୍ରୋହୀର ଆକ୍ଟର କମାଲ ଆର ଖାନ୍।
ଏହାସହ ପଢ଼ନ୍ତୁ: ଜାଣନ୍ତି କି କ’ଣ ଆପଣଙ୍କ ପ୍ରିୟ ବଲିଉଡ୍ ଷ୍ଟାରର୍ସଙ୍କ ଫେଭରାଇଟ୍ ଫୁଡ୍?
କମାଲ ଆର୍ ଖାନ୍ ସମସ୍ତଙ୍କୁ ଗୁରୁ ଦିବସର ଅଭିନନ୍ଦନ ଜଣାଇବା ସହ ଲେଖିଛନ୍ତି ଯେ, ‘ମୁଁ ମୋ ଶିକ୍ଷକଙ୍କ ଠାରୁ ଅଧିକ ସଫଳ, ଯାହା ମୁଁ ସେମାନଙ୍କ ଠାରୁ ଅଧିକ ଜାଣିଛି ବୋଲି ଦର୍ଶାଉଛି।’
I became more successful than all my teachers and it proves that I knew much more than all my teachers. And actually I did hate my teachers because I hate being taught by unsuccessful people.#HappyTeachersday2019
— KRK (@kamaalrkhan) September 5, 2019
ଏଥିସହ ସେ ଆଉ ଏକ ଟ୍ଵିଟ୍ କରି କହିଛନ୍ତି ଯେ,‘ମୋର କୌଣସି ଶିକ୍ଷକ ନାହାନ୍ତି, ଜୀବନ ହିଁ ମୋ ଶିକ୍ଷକ ଏବଂ ପ୍ରତି ମୁହୂର୍ତ୍ତରେ ଜୀବନ ମତେ କିଛି ନା କିଛି ଶିକ୍ଷା ଦେଉଛି।’
Nobody is my teacher! The life is only my teacher. And this life is still teaching me something new everyday. #HappyTeachersDay2019
— KRK (@kamaalrkhan) September 5, 2019
ସୂଚନାଯୋଗ୍ୟ ଯେ, ଅଭିନେତା କମାଲ ଆର୍ ଖାନ୍ ଦେଶଦ୍ରୋହୀ ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିଲେ। ପରେ ସେ ବିଗ୍ବସ୍ରେ ନଜର ଆସିଥିଲେ। ତେବେ କମାଲ ଆର୍ ଖାନ୍ ସବୁବେଳେ ନିଜ ବିବାଦୀୟ ବୟାନ୍ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି।