ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ମଣିଷ, ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ପଡୋଶୀ ମରିଦେଇଥବାର ଆସିଲା ଅଭିଯୋଗ
ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ସୁନ୍ଦରଗଡ଼ ସଦର ଥାନା ସୁବଳୟା ନବରଙ୍ଗପୁର ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ କେହି ହତ୍ୟା କରି ଘର ବାହାରେ ଫିଙ୍ଗିଦେଇ ଚାଲିଯାଇଥିଲେ। ତାଙ୍କ ପୁଅବୋହୂ ବାହାରକୁ ଯାଇଥିବା ବେଳେ ପଡ଼ୋଶୀ ମୃତଦେହ ଦେଖି ଖବର ଦେଇଥିଲେ। ହତ୍ୟା ନେଇ ବୃଦ୍ଧାଙ୍କ ପୁଅ ଦୁର୍ଗା ପୋଲିସରେ ଅଭିଯୋଗ କରିଛନ୍ତି। କିଛି ପଡ଼ୋଶୀ ତାଙ୍କ ମା ଗୁଣିଗାରେଡ଼ି କରୁଥିବା ଅଭିଯୋଗ କରିଥିଲେ ବୋଲି ସେ କହିଛନ୍ତି। ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି।