ଶାଶୁଙ୍କ ସହ ଝଗଡା ହେବା ପରେ ବୋହୁ ଛାଡିଦେଲେ ଘର ତ ପୁଅ ରାଗରେ ଆସି ମାଙ୍କ ମୁଣ୍ଡରେ ମାରିଲେ ପ୍ରେସର ଆଉ ତାପରେ..

ଦଶମାସ ଧରି ଗର୍ଭରେ ରଖି ଛୁଆକୁ ଜନ୍ମ ଦେଇଥାଏ ମା । କିନ୍ତୁ ସେହି ପୁଅ ଯଦି ସାଜେ ମା’ ର ହତ୍ୟାକାରୀ ତାହେଲେ କଣ କହିବ ଦୁନିଆ ।ମହାରାଷ୍ଟ୍ରର ଠାଣେରେ ଏକ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ନିଜ ଜନ୍ମ କଲା ମା କୁ ହତ୍ୟା କରିଛି ପୁଅ । ସେ ପୁଣି ନିଜ ପତ୍ନୀ ପାଇଁ । ପତ୍ନୀ ଛାଡି ଚାଲିଗଲେ ତ ମାଆର ହତ୍ୟା କରିଦେଲା ପୁଅ ।

Related image

ସୂଚନା ଅନୁଯାୟୀ ମହାରାଷ୍ଟ୍ର ଠାଣେର କଲ୍ୟାଣ ଅଂଚଳରେ ଏପରି ଏକ ଘଟଣା ଘଟିଛି । ଏଠାରେ ରହୁଥିବା ଅମନ ହାସନ ମୁଲ୍ଲା ନାମକ ଜଣେ ବ୍ୟକ୍ତିଙ୍କର ନିଜ ମାଙ୍କ ସହିତ ପ୍ରାୟତଃ ଝଗଡା ହେଉଥିଲା । ସେଥିପାଇଁ ଦିନେ ରାଗରେ ଆସି ସେ ତାଙ୍କ ମାଙ୍କର ହତ୍ୟା କରିଛନ୍ତି । ପୋଲିସର କହିବା ଅନୁଯାୟୀ ଅମନଙ୍କ ମାଙ୍କ ସହିତ ତାଙ୍କ ପତ୍ନିଙ୍କର ପ୍ରାୟ ସବୁଦିନ ଝଗଡା ହେଉଥିଲା ଏବଂ ସେଥିପାଇଁ ତାଙ୍କ ପତ୍ନୀ ତାଙ୍କ ଘରଛାଡି ଚାଲି ଯାଇଥିଲେ । ପତ୍ନୀ ଗଲାପରେ ଅମନ ତାଙ୍କ ମା ଋକସାନାଙ୍କ ସହିତ ଝଗଡା କରୁଥିଲେ ।

ଏହାସହ ପଢନ୍ତୁ ଆଇଆଇଟି ବମ୍ବେରୁ ଏମ୍ ଟେକ୍ ଛାତ୍ର କିନ୍ତୁ ଚାକିରି କରିଛନ୍ତି ରେଲୱେ ବିଭାଗର ଟ୍ରାକ ମ୍ୟାନ, ଜାଣନ୍ତୁ କାରଣ..

ହଠାତ ଗତ ରାତିରେ ଝଗଡା ହେବାରୁ ଅମନ ରୋଷେଇଘରୁ ପ୍ରେସର ଏବଂ ଅନ୍ୟ ବାସନ ଆଣି ତାଙ୍କ ମାଙ୍କୁ ଜୋରରେ ଆଘାତ କରିଥିଲେ । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୂଚନା ମୁତାବକ ପୋଲିସ ଆଇପିସି ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରି ଅମନଙ୍କୁ ଗିରଫ କରିବା ସହ ଏହି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.