ଭୁବନେଶ୍ୱର: ମିଳୁନି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌, ଅଟୋଚାଳକମାନଙ୍କ ରାସ୍ତା ରୋକ

ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ ପାଇଁ ରାସ୍ତା ରୋକ । ଭୁବନେଶ୍ୱର-ପୁରୀ ବାଇପାସ୍‌ ରୋଡରେ ଅଟୋଚାଳକମାନେ ବହୁ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି, ପଲ୍ୟୁସନ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍‌ ଆମେ କେଉଁଠୁ ପାଇବୁ। ଏନେଇ ସେମାନଙ୍କୁ ସଚେତନତା ଆବଶ୍ୟକ ବୋଲି ଦାବି କରିଛନ୍ତି। ଗତକାଲି ଜଣେ ଅଟୋ ଡ୍ରାଇଭର ରାଜଧାନୀରେ ୪୭ ହଜାର ପାଞ୍ଚ ଶହ ଟଙ୍କା ଦେବା ପରେ ଆଜି ଜଣେ ସତେଇଶ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଏହା ଅଟୋ ବାଲାଙ୍କୁ ଚିନ୍ତାରେ ପକାଇଛି।

ପୁର୍ବରୁ ରାଜଧାନୀରେ ପଲ୍ୟୁସନ ଚେକ କରିବା ପାଇଁ କିଛି ପ୍ରାଇଭେଟ ଭ୍ୟାନ କାର୍ଯ୍ୟ କରୁଥିଲା। କିନ୍ତୁ ସେମାନଙ୍କର ଲାଇସେନ୍ସ ନବିକରଣ ନହୋଇଥିବାରୁ ସେମାନେ ମଧ୍ୟ ଆଉ ଭୁବନେଶ୍ୱର କିମ୍ବା ଆଖପାଖ ଅଞ୍ଚଳରେ ଦେଖାଯାଉନାହାନ୍ତି। ଯାହା ଫଳରେ ପଲ୍ୟୁସନ ଚେକ ପାଇଁ ଅନେକ ସମସ୍ୟା ଉପୁଜୁଛି। ଏଥିପାଇଁ ରାଜଧାନୀର ରାଜ ରାସ୍ତରେ  ଅଟୋଙ୍କ ଚଳପ୍ରଚଳ ଖୁବ୍‌ କମ ହେଉଛି। ବାକି ଯେତିକି ଅଟୋ ଚଳାଉଛନ୍ତି ସେମାନେ ବହୁତ ଭୟରେ ରାସ୍ତା ଉପରକୁ ଅଟୋକୁ କାଢୁଛନ୍ତି । ଏସବୁ ଭିତରେ କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଯାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.