ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ, ଚାଲାଣରୁ ବଞ୍ଚିବା ପାଇଁ ଦେଖନ୍ତୁ କ’ଣ କଲେ ଯୁବକ

ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବର୍ଦ୍ଧିତ ଜରିମାନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ରେ ମଧ୍ୟ ଏକ ମଜାଳିଆ ଭିଡିଓ ପୋଷ୍ଟ ହୋଇଛି ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ପୁଲିସକୁ ଚକ୍‌ମା ଦେଇ ଦଉଡ଼ି ପଳାଉଥିବା ଦେଖିବାକୁ ମିଳିଛି।

ଭାରତରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ଏବେ ବହୁ ପୁରୁଣା ବିଦେଶୀ ଭିଡ଼ିଓ ଭାଇରାଲ ହେଉଛି।

ଏହାସହ ପଢ଼ନ୍ତୁ: ଗୁରୁଦିବସରେ ଗୁରୁଙ୍କୁ ଘୃଣା କରନ୍ତି ବୋଲି କହିଲେ ଏହି ଅଭିନେତା, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ସେହିପରି ଏକ ଭିଡିଓରେ ଜଣେ ବ୍ୟକ୍ତି ଚାଲାଣରୁ ବଞ୍ଚିବା ପାଇଁ ପୁଲିସକୁ ଏକ ଗାଡ଼ି ଚାରିକଡ଼ରେ ବୁଲେଇ ନିଜେ ଲୁଚି ପଳାଉଥିବା ଦେଖିବାକୁ ମିଳିଛି। ଟିକ୍‌ଟକ୍‌ର ଏହି ଭିଡ଼ିଓ ଫେସ୍‌ବୁକ୍‌, ଟ୍ଵିଟର ଏବଂ ହ୍ଵାଟ୍ସଆପ୍‌ରେ ବହୁ ମାତ୍ରାରେ ସେୟାର ହେଉଛି।