‘ବେଡ୍ରୁମ ସିନେମା ହଲ’ରେ ଆପଣ ଶୋଇକି ଆରାମରେ ଦେଖିପାରିବେ ଫିଲ୍ମ, ମିଳିବ ସ୍ୱାଦିଷ୍ଟ ଖାଦ୍ୟ, ଟିକେଟ୍ ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍
ସ୍ୱିଜରଲ୍ୟାଣ୍ଡର ସ୍ପ୍ରେଇଟେନବଚ୍ ସହରରେ ଖୋଲିଛି ଏହି ଭିଆଇପି ବେଡ୍ରୁମ୍ ସିନେମା। ଏହାକୁ ତିଆରି କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି, ଏଠାକୁ ଆସୁଥିବା ପଯ୍ୟର୍ଟକଙ୍କ ଭ୍ରମଣକୁ ଆହୁରି ମଜାଦାର କରିବା। ଏହି ସିନେମା ହଲକୁ ପାଥ୍ ନାମକ ଏକ କମ୍ପାନୀ ବନେଇଛି। କମ୍ପାନୀର ସିଇଓ ବେନାନଜିଓ ଦି ବେକୋଙ୍କ କହିବା ଅନୁଯାୟୀ, ଏହି ଭିଆଇପି ସିନେମା ହଲକୁ ବହୁତ ସଫାସୁତରା କରି ରଖାଯାଇଥାଏ। ଏହାର ବେଡ୍ସିଟ୍ ଏବଂ ତକିଆ କଭର୍ ପ୍ରତ୍ୟେକ ଶୋ’ ପରେ ବଦଳାଯାଇଥାଏ।
ଏହାସହ ପଢ଼ନ୍ତୁ: ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି ବି ଜାଣିପାରିନାହାନ୍ତି ରହସ୍ୟ
ଏହି ସିନେମା ହଲରେ ୧୧ଟି ଡବଲ ବେଡ୍ ଲଗାଯାଇଛି। ଦର୍ଶକଙ୍କ ମୁଣ୍ଡକୁ ଆରାମ ମିଳିବା ପାଇଁ ଏଥିରେ ଥିବା ହେଡ୍ରେଷ୍ଟ ଆପେ ଆଡ୍ଜଷ୍ଟ ହୋଇଯାଇଥାଏ। ତେବେ ଆପଣ ଜାଣିଛନ୍ତି କି? ଏଠାରେ ଗୋଟିଏ ସିନେମା ଦେଖିବା ପାଇଁ କେତେ ଭଡ଼ା ଦେବାକୁ ପଡ଼ିଥାଏ? ଆପଣ ଏହା ଜାଣିଲେ ନିଶ୍ଚିତ ଭାବେ ଚକିତ ହୋଇଯିବେ। କାରଣ, ଫିଲ୍ମ ଦେଖିବା ପାଇଁ ଲୋକଙ୍କୁ ଏଠାରେ ୪୮ ଡଲାର ଅର୍ଥାତ୍ ପାଖାପାଖି ୩ ହଜାର ୩୬୦ ଟଙ୍କା ଟିକେଟ୍ କାଟିବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ, ଏହି ସିନେମା ହଲରେ ଆରାମରେ ଶୋଇକି ସିନେମା ଦେଖିବା ସହିତ ସୁସ୍ୱାଦୁ ଖାଦ୍ୟ ମଧ୍ୟ ପରଷା ଯାଇଥାଏ।