ରେଡିଓ ଜକିରୁ ଏମିତି ବଲିଉଡର ଲୋକପ୍ରିୟ ଅଭିନେତା ହେଲେ ଆୟୁଷ୍ମାନ ଖୁରାନା

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ଶୁକ୍ରବାର ଅର୍ଥାତ ୧୩ ସେପ୍ଟେମ୍ବରରେ ରିଲିଜ ହୋଇଛି। ଆଜି ଡ୍ରିମ ଗାର୍ଲର ପୂଜା ଆର୍ଥତ ଆୟୁଷ୍ମାନ ଖୁରାନାଙ୍କର ଜନ୍ମଦିନ। ଦିଲ୍ଲୀରେ ପଢ଼ୁଥିବା ସମୟରେ ସେ ରେଡିଓ ଜକିର କାମ କରୁଥିଲେ। ସେହି ସମୟରେ ସେ ଥିଏଟରରେ କାମ କରୁଥିଲେ। ଏହି ସମୟରେ ହଠାତ ତାଙ୍କ ପିତାଙ୍କ ଗୋଟେ କଲ୍‌ ତାଙ୍କ ଜୀବନକୁ ବଦଳାଇ ଦେଇଥିଲା।

ନିକଟରେ ନିଜର ଏକ ଇଣ୍ଟରଭ୍ୟୁ ଆୟୁଷ୍ମାନ ଖୁରାନା କହିଛନ୍ତି, ‘ମୋ କ୍ୟାରିୟାରେ ମୋ ବାପାଙ୍କର ବହୁତ ବଡ ଯୋଗଦାନ ରହିଛି। ସେ ମୋତେ ବହୁତ ସାହାଯ୍ୟ କରିଛନ୍ତି। ମୁୂଁ ଭାବୁଥିଲି କିଛି ଦିନ ପରେ ମୁମ୍ବାଇ ଯାଇ ଅଭିନୟରେ କାମ କରିବି, ସେତେ ପର୍ଯ୍ୟନ୍ତ କିଛି ଟଙ୍କା ସଞ୍ଚୟ କରିନେବି। କିନ୍ତୁ ବାପାଙ୍କର ସେହି ଗୋଟିଏ କଲରେ କହିଥିଲେ ମୁମ୍ବାଇ ଚଲେ ଯାଓ। ବାପାଙ୍କ କଥାରେ ମୁଁ ମୁୂମ୍ବାଇ ଆସିଲି। ସେହିଦିନ ଠାରୁ କେବେବି ପଛକୁ ଚାହିଁ ଦେଖିନାହିଁ।

ayushଆୟୁଷ୍ମାନ ଖୁରାନାଙ୍କର ଭାଇ ଅପାରଶକ୍ତି ଖୁରାନା ମଧ୍ୟ ଅଭିନୟ ଦୁନିଆରେ ନିଜ ପାଦ ରଖି ସାରିଛନ୍ତି। ନିକଟରେ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମ ଅନ୍ଧାଧୁନ୍‌ ପାଇଁ ନ୍ୟାସନାଲ ଆଓ୍ଵାର୍ଡ ମଧ୍ୟ ମିଳିଛି। ଏବେ ବଡ ସଫଳତା ପରେ ତାଙ୍କ ଜୀବନରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି।

ନିଶ୍ଚିତ ପଢନ୍ତୁ : ଜୟାଙ୍କ ପୂର୍ବରୁ ଦିଲ୍ଲୀର ଏହି ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ ଅମିତାଭ ବଚ୍ଚନ, ବସରେ ଘଣ୍ଟା ଘଣ୍ଟା ଧରି କରୁଥିଲେ…

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ତାଙ୍କ କ୍ୟାରିୟରର ଆରମ୍ଭ ଏମ୍‌ ଟିଭିର ଲୋକପ୍ରିୟ ଶୋ ‘ରୋଡିଜ୍‌ ୨’ରୁ କରିଥିଲେ। ସେଥିରେ ସେ ବିଜେତା ମଧ୍ୟ ଥିଲେ। ତାଙ୍କର ପ୍ରଥମ ଚାକିରି ରେଡିଓ ଜକି ରୂପରେ ବିଗ୍‌ ଏଫଏମ୍‌ ଦିଲ୍ଲୀରେ ଥିଲା। ସେ ଅନେକ ଶୋରେ ଆଙ୍କରିଂ ମଧ୍ୟ କରିଛନ୍ତି। ଏହାପରେ ଫିଲ୍ମ ବିକି ଡନରରୁ ବଲିଉଡରେ ପାଦ ରଖିଥିଲେ।

Leave A Reply

Your email address will not be published.