ମୃତ୍ୟୁ ପରେ ୧ ବର୍ଷ ପର୍ଯ୍ୟନ୍ତ ମଣିଷର ଶରୀର ବୁଲିଥାଏ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଯହାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଏଲିସନ ବିଲ୍ସନ ନାମକ ଜଣେ ମହିଳା ବୈଜ୍ଞାନିକ। ତାଙ୍କର କହିବା କଥା ହେଲା ମୃତ୍ୟୁର ଏକ ବର୍ଷ ପର୍ଯ୍ୟନ୍ତ ମୃତକର ଶରୀର ବୁଲିଥାଏ। ଏଲିସନଙ୍କ ଏହି ଦାବି ବିଜ୍ଞାନ ଜଗତକୁ ଦୋହଲାଇ ଦେଇଛି। ଏଲିସନ ୧୭ ମାସ ଧରି ମୃତ ଶରୀର ଉପରେ ଗବେଷଣା କରିଆସୁଥିଲେ।
ଏକ ଗଣ ମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ଏଲିସାନ କହିଥିଲେ, ମରିବା ପରେ ମଧ୍ୟ ମଣିଷ ଶରୀରକୁ ଶାନ୍ତି ମିଳିନଥାଏ। ମରିବା ପରେ ଏକ ଏମିତି ସମୟ ଆସିଥାଏ ଯେଉଁଥିରେ ମଣିଷର ଦୁଇ ହାତ ଶରୀର ନିକଟକୁ ଆସିବାକୁ ଲାଗିଥାଏ। Forensic Science International: Synergy ରେ ତାଙ୍କର ଗବେଷଣାର ଏକ ଲେଖା ପ୍ରକାଶ ପାଇଛି।
ଏଲିସନ ପୁରା ବ୍ୟବସ୍ଥା ସହିତ ଏହି କାମକୁ ସଫଳ କରିଛନ୍ତି। ଏହି ଗବେଷଣା ମାଧ୍ୟମରେ ମଣିଷର ମରଶରୀରକୁ ସବୁ ସମୟ ଦେଖାଯାଉଥିଲା। ମଣିଷର ମୃତ୍ୟୁ ପରେ ହିଁ ତାର ମରଶରୀର ଉପରେ ନଜର ରଖାଯାଇଥିଲା ଓ ଜାଞ୍ଚ କରାଯାଇଥିଲା। ଏଲିସନଙ୍କ କହିବା ମୁତାବକ ମୃତ ଶରୀରଟି ଶଢି ଯବି କାରଣରୁ ଶରୀରର ସ୍ଥିତିରେ ପରିବର୍ତ୍ତନ ଆସିଥାଏ।