ନିର୍ମଳା ଦେଲେ ଖୁସିଖବର, ନୂଆ ଘର କିଣିବା ଉପରେ ମିଳିବ ଅତିରିକ୍ତ ୧,୫ଲକ୍ଷ ଟଙ୍କାର ରିହାତି, ଜାଣନ୍ତୁ ଆଉ କ‘ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

ଅସୁସ୍ଥ  ହୋଇପଡିଥିବା ରିୟଲଇଷ୍ଟେଟ ସେକ୍ଟରରେ ଜୀବନ ଆଣିବା ପାଇଁ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରୟାସ। ଘର କିଣା ଉପରେ ୧.୫ ଲକ୍ଷ ଟଙ୍କା ଗୃହ ଋଣ ସୁଧ ଉପରେ  ଅତିରିକ୍ତ ରିହାତି ଦେବା ପାଇଁ ଅର୍ଥମନ୍ତ୍ରୀ ଶନିବାର ଦିନ ଘୋଷଣା  କରିଛନ୍ତି। ଏହା ମଧ୍ୟମରେ ସହରରେ ୪୫ ଲକ୍ଷ ପର୍ଯ୍ୟନ୍ତ ଘର କିଣା ଉପରେ ଲୋକଙ୍କୁ ରିହାତି  ମିଳିବ।

ଅର୍ଥମନ୍ତ୍ରୀ ଘୋଷଣା କରି କହିଥିଲେ ଯେ ସରକାର ଅସୁସ୍ଥ ହୋଇପଡିଥିବା  ରିୟଲ ଇଷ୍ଟେଟରେ ଜୀବନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହା ମାଧ୍ୟମରେ ଏବେ ହେମ ଲୋନ ଉପରେ ପାଖାପାଖି ୩.୫ଲକ୍ଷ ଟଙ୍କାର ରିହତି ପାଇପାରିବେ।  ବର୍ତ୍ତମାନ ଏହାର ଫାଇଦା କେବଳ ସେହି ଲୋକ ମାନଙ୍କୁ ମିଳିବ ଯେଉଁମାନେ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଘର କିଣିବେ।

ସରକାରୀ କର୍ମଚାରୀମାନଙ୍କୁ ଦିଆଯିବ ପ୍ରୋତ୍ସାହନ

ଘର କିଣିବା ପାଇଁ ସରକାରୀ କର୍ମଚାରୀ ମାନଙ୍କୁ ସରକାର ପୋତ୍ସାହନ କରିବେ। କାହିଁକିନା ଏହି ଲୋକମାନେ ରିୟଲ ଇଷ୍ଟେଟ ସେକ୍ଟରରେ ବହୁତ ବଡ ଉପଭୋକ୍ତା ଅଟନ୍ତି। ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ଯୋଜନା ଆଣାଯିବ ଯାହାଫଳରେ ଏହି  ଲୋକମାନେ ସହଜରେ ଘର କିଣିପାରିବେ।

ଗାଁରେ ତିଆରି ହେବ ୧.୯୫ କୋଟି ଘର

ଏହା ବ୍ୟତିତ ସରକାର ଗାଁରେ ୧.୯୫ କୋଟି ଘର ୨୦୨୨ ସୁଦ୍ଧା ପ୍ରାଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ମାଧ୍ୟମରେ ତିଆରି କରି ଦେବେ।  ଏହି ଘରମାନଙ୍କରେ ଶୈଚାଳୟ, ବିଜୁଳି ଓ ଏଲପିଜି କନେକ୍ସନ ଦିଆଯିବ।

ଘର, କାର, ଘରକରଣା ସମାଗ୍ରୀ ପାଇଁ ଲୋନ

ନନ୍ ବ୍ୟଙ୍କିଙ୍ଗ୍ ଫାଇନାନ୍ସ କମ୍ପାନୀ ଓ ହାଉସିଂ ଫାଇନାନ୍ସ କମ୍ପାନୀର ସାହାଯ୍ୟ କରିବା ପାଇଁ  ସରକାର ନିଜ ତରଫରୁ ସାହାଯ୍ୟ କରିବେ। ଏହି ସାହାଯ୍ୟରେ ଲୋକମାନେ କମ ସୁଧରେ ଘର, ଗାଡି, ଓ ଘରଉପକରଣ  କିଣି ପାରିବେ। ଏହା ବ୍ୟତିତ ନ୍ୟାସନାଲ ହାଉସିଂ ବୋର୍ଡ ଠାରୁ ହାଉସିଂ ଫାଇନାନ୍ସ କମ୍ପାନୀମାନଙ୍କୁ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯିବ। କ୍ରେଡିଟ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ ଏହି କମ୍ପାନୀମାନଙ୍କୁ ଏକ ଲକ୍ଷ କୋଟିର ଅତିରିକ୍ତ ସାହାଯ୍ୟ ବ୍ୟାଙ୍କ ତରଫରୁ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.