ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର, ଭାରତ ଆୟୋଜନ କରିବ ସପିଂ ମେଗା ଫେଷ୍ଟିଭାଲ

ଆର୍ଥିକ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି କେନ୍ଦ୍ର ସରକାର। ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛନ୍ତି। ରପ୍ତାନୀ ବୃଦ୍ଧି ପାଇଁ ଆଜି ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତ ଆୟୋଜନ କରିବ ସପିଂ ମେଗା ଫେଷ୍ଟିଭାଲ। ଏହି ମଞ୍ଚରେ ବିଶ୍ୱର ବଡ଼ବଡ଼ ଉତ୍ପାଦନକାରୀ ଓ ଗ୍ରାହକ ଏକାଠି ହେବେ। ଦେଶର ୪ଟି ସ୍ଥାନରେ ଏଭଳି ମେଗା ସପିଂ ଫେଷ୍ଟିଭାଲ ଆୟୋଜିତ ହେବ। ସବୁ ଫେଷ୍ଟିଭାଲର ଥିମ ଭିନ୍ନ ଭିନ୍ନ ରହିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ରପ୍ତାନୀକୁ ୩ ଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରପ୍ତାନୀ ଓ ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ସେହିପରି ସେପ୍ଟେମ୍ବର ୧୯ ତାରିଖରେ ବ୍ୟାଙ୍କଗୁଡିକ ସହ ବୈଠକ ହେବ । ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଏହି ସପ୍ତାହରେ ରପ୍ତାନୀ ୬ ଦଶମିକ ୦୫ ପ୍ରତିଶତ ଖସି ଯିବା ପରେ ସରକାରଙ୍କ ମୁଣ୍ଡବିନ୍ଧା ବଢି ଯାଇଛି। ଅନ୍ୟପଟେ ଚୀନ୍‌ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗିଥିବା ବେଳେ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛି ଭାରତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.