ଖରାପ ଅଭ୍ୟାସ ସହ ଯୋଡି ହୋଇ ରହିଥାଏ ଭାଗ୍ୟ, ଜାଣନ୍ତୁ କେଉଁଠି ପଡିଥାଏ ଏହାର ପ୍ରଭାବ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦୌନନ୍ଦିନ ଜୀବନର କିଛି ଅଭ୍ୟାସର ପ୍ରଭାବ ସିଧା ଭାଗ୍ୟ ଉପରେ ପଡିଥାଏ। କୁଣ୍ଡଳୀରେ ଯେଉଁ ଗ୍ରହର ପ୍ରଭାବ ରହିଥାଏ, ସେହି ଅନୁସାରେ ଭଲ କିମ୍ବା ଖରାପ ଅଭ୍ୟାସ ହୋଇଥାଏ। ନଚେତ୍‌ ଅଭ୍ୟାସ ଅନୁସାରେ ଗ୍ରହ ଦୁର୍ବଳ କିମ୍ବା ମଜବୁତ୍‌ ହୋଇଥାନ୍ତି। ଆମ ମାନଙ୍‌କର କରାପ ଅଭ୍ୟାସ ଯୋଗୁ କେବେ କେବେ ମଜବୁତ୍‌ ଥିବା ଗ୍ରହ ମଧ୍ୟ ଖରାପ ହୋଇଯାଇଥାନ୍ତି। ଯେଉଁ ଗ୍ରହ କୁଣ୍ଡଳୀରେ ଦୁର୍ବଳ ହୋଇଥାନ୍ତି, ସେହି ଗ୍ରହକୁ ଭଲ କରିବା ପାଇଁ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ପଡିଥାଏ। ଜାଣନ୍ତୁ କଣ ସେହି ଖରାପ ଅଭ୍ୟାସ।

ବସିଥିବା ଅଭ୍ୟାସରେ ଗୋଡ ହଲାଇବା:

-ଯେଉଁ ଲୋକମାନେ ବସିଥିବା ଅବସ୍ଥାରେ ଗୋଡ ହଲାଇଥାନ୍ତି, ତାଙ୍କର ଚନ୍ଦ୍ରମା ଦୁର୍ବଳ ରହିଥାନ୍ତି।

-ଏହି ଅଭ୍ୟାସ ଥିବା ଲୋକମାନେ ମାନସିକ ରୂପେ ଦୁର୍ବଳ ହୋଇଥାନ୍ତି।

-ସେହି ବ୍ୟକ୍ତିମାନେ ଅନାବଶ୍ୟକୀୟ ଚିନ୍ତା ପାଇଥାନ୍ତି।

-ଏହି ଅଭ୍ୟାସ ଛାଡିବା ଦ୍ୱାରା ମାନସିକ ସ୍ଥିତି ମଜବୁତ୍‌ ହୋଇଥାଏ।

-ଏଥିସହ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ।

ନାକରେ ଆଙ୍ଗୁଠି ଭର୍ତ୍ତି କରିବା :

-ଯେଉଁ ଲୋକମାନେ ନାକରେ ଆଙ୍ଗୁଠି ଭର୍ତ୍ତି କରିଥାନ୍ତି, ସେହି ବ୍ୟକ୍ତିମାନଙ୍କ କୁଣ୍ଡଳୀରେ ଶନି ଖରାପ ହୋଇଥାନ୍ତି।

-ଏହି ଅଭ୍ୟାସ ରଖିଥିବା ଲୋକମାନେ ଅଳସୁଆ ପ୍ରକୃତିର ହୋଇଥାନ୍ତି।

-ଅନାବଶ୍ୟକୀୟ ଜୀବନରେ ସଂଘର୍ଷ କରିବାକୁ ପଡିଥାଏ।

-ଛୋଟ ଛୋଟ ଜିନିଷ ପାଇବାରେ ମଧ୍ୟ ସମୟ ଲାଗିଥାଏ।

-ଏହି ଖରାପ ଅଭ୍ୟାସ ତ୍ୟାଗ କରିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଶକ୍ତି ପ୍ରପ୍ତ ହୋଇଥାଏ।

-ଜୀବନରେ ସଂଘର୍ଷ କମ ହେବା ସହ ଧନର ବୃଦ୍ଧି ହୋଇଥାଏ।

nailbiterନଖ ଚୋବାଇବା:

-ଯେଉଁ ଲୋକମାନେ ନଖ ଚୋବାଇଥାନ୍ତି, ସେମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହୋଇଥାନ୍ତି।

-ଏହି ପ୍ରକୃତିର ଲୋକମାନଙ୍କର ଆଖି ସମସ୍ୟା ଦେଖାଯାଇଥାଏ।

-ବିନା କାରଣରେ ଅପଯଶ ମିଳିଥାଏ।

-ଏହି ଅଭ୍ୟାସ ତ୍ୟାଗ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତ ହୋଇଥାଏ।

-ଆଖିରେ ଉଜ୍ୱଳତା ବଢିଥାଏ।

ଘରେ ଜୋତା କିମ୍ବା ଚପଲକୁ ଏଣେତେଣେ ରଖିବା:

-ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ଶନି ଖରାପରେ ଥିବାର ସୂଚନା ମିଳିଥାଏ।

-ଏହି ଅଭ୍ୟାସ କାରଣରୁ ରୋଜଗାରରେ ସମସ୍ୟା ଦେଖାଯାଇଥାଏ।

-ଏଥିସହ ସେହି ବ୍ୟକ୍ତିଙ୍କ ଘରେ ଚୋରି ଭଳି ଘଟଣା ଘଟିଥାଏ।

-ଏହି ଅଭ୍ୟାସ ଛାଡିବା ଦ୍ୱାରା ରୋଜଗାର ଏବଂ କ୍ୟାରିୟରରେ ସ୍ଥାୟିତ୍ୱ ଦେଖାଯାଇଥାଏ।

ଏହାସହ ପଢନ୍ତୁ: ଶତ୍ରୁଙ୍କ କବଳରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଚାଣକ୍ୟଙ୍କ ଏହି ନୀତି ଉପଦେଶ

ଜାଣନ୍ତୁ କେଉଁ ଅଭ୍ୟାସ ଆପଣେଇବା ଦ୍ୱାରା କୁଣ୍ଡଳୀରେ କେଉଁ ସବୁ ଗ୍ରହ ମଜବୁତ୍‌ ହୋଇଥାନ୍ତି?

-ପ୍ରତ୍ୟେକ ଦିନ ସକାଳୁ ମାତା-ପିତାଙ୍କ ଚରଣ ସ୍ପର୍ଶ କରିବା ଦ୍ୱାରା କୁଣ୍ଡଳୀରେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଜବୁତ୍‌ ହୋଇଥାନ୍ତି।

-ନିଜର ପୋଷାକ, ଜୋତା, ଘଣ୍ଟା ଏବଂ ଆଭୂଷଣ ଜିନିଷକୁ ସଠିକ୍‌ ରୂପେ ରଖିବା ଦ୍ୱାରା ଶନି ମଜବୁତ୍‌ ହୋଇଥାନ୍ତି।

-ଗଛରେ ନିୟମିତ ଜଳ ଦେବା ଏବଂ ପଶୁ-ପକ୍ଷୀଙ୍କୁ ଦାନା ଦେବା ଦ୍ୱାରା ବୁଧ ମଜବୁତ୍‌ ରହିଥାନ୍ତି।

-ରକ୍ତ ଦାନ କିମ୍ବା ଔଷଧ ଦାନ କରିବା ଦ୍ୱାରା ମଙ୍ଗଳ ମଜବୁତ୍‌ ରହିଥାନ୍ତି।

-ବୟସ୍କ ବ୍ୟକ୍ତିମାନଙ୍କର ସେବା କରିବା ଏବଂ ଓର୍ମ ସ୍ଥାନକୁ ଯାତ୍ରା କରିବା ଦ୍ୱାରା ବୃହସ୍ପତି ମଜବୁତ୍‌ ରହିଥାନ୍ତି।

-ରାତିରେ ଶୋଇବା ପୂର୍ବରୁ ପ୍ରାର୍ଥନା କରି ଶୋଇବା ଦ୍ୱାରା ସମସ୍ତ ଗ୍ରହ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.