ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆଜି ଅନୁଷ୍ଠିତ ହୋଇଛି ମହାସପ୍ତମୀ ପୂଜା

ଯାଜପୁର(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ପବିତ୍ର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ପୂଜା ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି। ଆଜି ମାଆ ବିରଜାଙ୍କର ପୀଠରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଛି। ପ୍ରତ୍ୟୁଷରେ ମାଆଙ୍କୁ ରୀତିନୀତି ଅନୁଯାୟୀ ମହାସ୍ନାନ ଓ ବଡସିଂହାର ବେଶ କରାଯାଇ ପାଦ ଦର୍ଶନ ଅନୁଷ୍ଠିତ ହୋଇଥିଲା। ବହୁ ଶ୍ରଦ୍ଧାଳୁ ମାଆଙ୍କ ପାଦ ଦର୍ଶନ କରି ଆଶିଷ ଗ୍ରହଣ କରିଥିଲେ। ପ୍ରତିଦିନ ସଂଧ୍ୟାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ମାଆଙ୍କ ମନ୍ଦିରକୁ ସୁନ୍ଦର ଆଲୋକମାଳାରେ ସଜ୍ଜିତ କରାଯାଇଛି। ବିଶ୍ୱାସ ରହିଛି ମାଆଙ୍କୁ ରଥାରୁଢ ସମୟରେ ନବରାତ୍ରରେ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ। ଆସନ୍ତାକାଲି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave A Reply

Your email address will not be published.