ଆମାଜାନ ଓ ଫ୍ଲିପକାର୍ଟରେ ମିଳୁଥିବା ଫେଷ୍ଟିଭ ଅଫରର ଆଜି ଶେଷ ଦିନ, ଅତି ଶସ୍ତାରେ କିଣନ୍ତୁ ଏହି ଫୋନ

ଆମାଜାନ ଓ ଫ୍ଲିପକାର୍ଟ ପରି ଇ କମର୍ସ ସାଇଟର ଅଫର ଦେବାର ଆଜି ଶେଷ ଦିନ । ଦୁଇଟି ଯାକ ଅନଲାଇନ ସାଇଟ ର ସେଲ ସେପ୍ଟେମ୍ବର ମାସ ୨୯ ତାରିଖରୁ ଆରମ୍ଭ ହୋଇଥିଲା । ଏହା ସହ ଗ୍ରାହକ ମାନଙ୍କୁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଓ ବିଗ ବିଲିଅନ ଡେ ସେଲ ମାଧ୍ୟମରେ ଇଲେକ୍ଟ୍ରୋନିକସ ଠାରୁ ଆରମ୍ଭ କରି ଫେସନ ଜିନିଷ ପର୍ଯ୍ୟନ୍ତ ସବୁଥିରେ ଆକର୍ଷକ ଡୀଲସ ଓ ଅଫର ମାନ ଦିଆଯାଇଥିଲା । ଏହା ବ୍ୟତୀତ ଆକ୍ସିସ ଓ ଆଇସିସିଆଇ ବ୍ୟାଙ୍କ ତରଫରୁ ନ କଷ୍ଟ ଇଏମଆଇ ଓ ୧୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ରିହାତି ଦିଆଯାଇଥିଲା । ଆଜି ଶେଷ ଦିନରେ ମଧ୍ୟ ଲୋକେ ଭରପୁର ଫାଇଦା ଉଠାଇ ପାରିବେ । ଆମେ ଆପଣଙ୍କୁ ଏଠାରେ କିଛି ସ୍ମାର୍ଟ ଫୋନ ରେ ଆକର୍ଷକ ଅଫର ବିଷୟରେ ଏକ ଭୁବରଣୀ ଦେଉଛୁ ।

Oneplus 7:

ଗ୍ରାହକ ମାନେ ଏହି ଫୋନକୁ ମାତ୍ର ୨୯,୯୯୯ ଟଙ୍କାରେ କିଣିପାରିବେ । ସେଲରେ ଏହା ଉପରେ ୩୦୦୦ ପର୍ଯ୍ୟନ୍ତ ରିହାତି ଦିଆଯାଇଛି । ଯେତେବେଳେ କି ଏହି ଫୋନର ଭାରତୀୟ ବଜାରରେ ପ୍ରକୃତ ମୂଲ୍ୟ ୩୨,୯୯୯ ଟଙ୍କା

 

Redmi7A:

ଅମଜାନ ଓ ଫ୍ଲିପକାର୍ଟ ମାଧ୍ୟମରେ ଗ୍ରାହକ ମାନଙ୍କୁ ଏହି ଫୋନରେ ପ୍ରାୟ ୧୫୦୦ ଟଙ୍କା ପର୍ଯ୍ୟନ୍ତର ରିହାତି ମିଳିପାରିବ । ଏହାର ପ୍ରକୃତ ମୂଲ୍ୟ ୬୪୯୯ ହୋଇଥିବା ବେଳେ ରିହାତି ପରେ ଏହାକୁ ୪୯୯୯ ଟଙ୍କାରେ ଗ୍ରାହକ ମାନେ ପାଇପାରିବେ ।

 

Samsung Galaxy M10:

ସାମସଙ୍ଗର ଏହି ଫୋନକୁ ଗ୍ରାହକ ମାନେ ବେଶୀ ପସନ୍ଦ କରିଥାନ୍ତି । ନୂଆ ଅଫର ମାଧ୍ୟମରେ ଲୋକେ ଏହାକୁ କେବଳ ୭୯୯୯ ଟଙ୍କାରେ କିଣିପାରିବେ । କମ୍ପାନୀ ଏହାକି ୯୨୯୦ ଟଙ୍କାରେ ବଜାରରେ ଛାଡିଥିଲା ।

Redmi K20 Pro:

କମ୍ପାନୀ ନିକଟରେ ହିଁ ଏହି ଫୋନକୁ ମାର୍କେଟରେ ଲଞ୍ଚ କରିଥିଲା । ଗ୍ରାହକ ମାନଙ୍କୁ ଏହି ଫୋନରେ ପପ ଅପ କ୍ୟାମେରା ଓ ଦମଦାର ପ୍ରୋସେସର ମିଳିବ । ଅଫର ଟଙ୍କାରେ ଏହା ଗ୍ରାହକ ମାନଙ୍କୁ ୨୪,୯୯୯ ଟଙ୍କାରେ ମିଳିପାରିବ ।ଏଥିରେ ଗ୍ରାହକ ମାନଙ୍କୁ ପ୍ରାୟ ୪,୦୦୦ ଟଙ୍କାର ରିହାତି ମିଳିବ ।

Redmi Note 7S:

ଗ୍ରାହକ ମାନେ ଏହି ଫୋନକୁ ୯,୯୯୯ ଟଙ୍କାରେ କିଣି ପାରିବେ । ଏହାର ପ୍ରକୃତ ମୂଲ୍ୟ ୧୩,୯୯୯ ଟଙ୍କା ହୋଇଥିବା ବେଳେ ଗ୍ରାହକ ମାନଙ୍କୁ ୪,୦୦୦ ଟଙ୍କାର ରିହାତି ମିଳିପାରିବ ।

 

Moto E6s:

ମୋଟୋରୋଲା କମ୍ପାନୀ ଏହି ଫୋନକୁ ଗତ ମାସରେ ହିଁ ମାର୍କେଟରେ ଲାଞ୍ଚ କରିଥିଲା । ଗ୍ରାହକ ଏହି ଫୋନକୁ ମାତ୍ର ୭,୯୯୯ ଟଙ୍କାରେ କିଣି ପାରିବେ । ଏହାର ପ୍ରକୃତ ମୂଲ୍ୟ ୯,୯୯୯ ଟଙ୍କା

 

Motorola One Action:

ଏହି ଫୋନର ପ୍ରକୃତ ମୂଲ୍ୟ ୧୬,୯୯୯ ଟଙ୍କା ହୋଇଥିଲା ହୋଇଥିବା ବେଳେ ଗ୍ରାହକ ମାନେ ଏହାକୁ ୧୧,୯୯୯ ଟଙ୍କାରେ ପାଇପାରିବେ । ୟୁଜର୍ସ ମାନଙ୍କୁ ଏଥିରେ ଭଲ କ୍ୟାମେରା ସହ ପ୍ରୋସେସର ମାନ ଉପଲବ୍ଧ ହୋଇପାରିବ ।

 

ଏହା ସହ ପଢନ୍ତୁ: ଏବେ ମୋବାଇଲ ନମ୍ବର ପୋର୍ଟ କରାନ୍ତୁ ମାତ୍ର ୬.୪୬ ଟଙ୍କାରେ, ୧୧ ନଭେମ୍ବର ଠାରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.